ଜାନୁଆରୀ ୧୩ ତାରିଖରୁ ଯାଜପୁରରେ ସମସ୍ତ ମନ୍ଦିର ଏବଂ ପାର୍କ ବନ୍ଦ

Spread the love
ଯାଜପୁର,୧୨/୦୧ /୨୦୧୨ (ସନ୍ଧାନ ନିଉଜ ) ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଜଟିଳ ସ୍ଥିତି ଉପୁଜିଛି । ସେହିପରି ଯାଜପୁରରେ ମଧ୍ୟ ସଂକ୍ରମଣ ହାର ବଢି ଚାଲିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି । ଏହା ଦ୍ୱାରା ଏବେ ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳି, ଏବଂ ପାର୍କ ଜାନୁଆରୀ ୧୩ ତାରିଖରୁ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ । 

ରାଜ୍ୟରେ ସାମାନ୍ୟ ଶୀତ କମିଥିବା ବେଳେ ବର୍ତ୍ତମାନ ପର୍ଯ୍ୟଟନ ଋତୁରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ବେଶ ଭିଡ ପରିଲକ୍ଷିତ ହେଉଛି । ସେହିପରି ଜିଲ୍ଲା ଯାଜପୁର ଟାଉନ୍‌ରେ ମା ବିରଜାଙ୍କ ମନ୍ଦିର ଏବଂ କୁସୁମା ପାର୍କରେ ସଂନ୍ଧ୍ୟା ସମୟରେ ମଧ୍ୟ ବହୁ ଲୋକାଙ୍କ ଭିଡ଼଼ ଜମୁଛି । 

ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୧୯୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୧୩୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ବର୍ତ୍ତମାନ ଜିଲ୍ଲାର ସକ୍ରିୟ ସଂକ୍ରମଣ ହାର ୬ ଶହ ପାର ହୋଇସାରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ତପ୍ତର ହୋଇଉଠିଛି ।

Related Posts

About The Author

Add Comment