ବାରିପଦା,୨୮/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ନୂଆ ବର୍ଷରୁ ଏଲଇଡି ଟିଭି ଓ ଅନ୍ୟ ଉପକରଣ ଯେପରିକି ରେଫ୍ରିଜରେଟର, ୱାସିଂ ମେସିନ୍, ମାଇକ୍ରୋୱେଭ ଆଦିର ଦାମ୍ ବଢିଯିବ। ଜାନୁଆରୀରୁ ଏହାର ମୂଲ୍ୟରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି । କମ୍ପାନୀ ଗୁଡିକର କହିବା ଅନୁସାରେ, କପର, ଆଲୁମିନିୟମ ଓ ଷ୍ଟିଲ ଦାମ୍ ବଢିବାରେ ଲାଗିଛି। ଏହାଛଡା ଟିଭି ପ୍ୟାନେଲର ମୂଲ୍ୟ ସପ୍ଲାଇ କମ୍ ହେବା କାରଣରୁ ମୂଲ୍ୟ ଦୁଇଗୁଣା ହୋଇ ସାରିଛି । ମ୍ୟାନୁଫାକଚର୍ସଙ୍କ କହିବା ଅନୁସାରେ, ଅଶୋଧିତ ତୈଳ ଦର ମହଙ୍ଗା ହେବା କାରଣରୁ ପ୍ଲାଷ୍ଟିକର ଦାମ୍ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏଲଜି, ପାନାସୋନିକ୍ ଓ ଥମସନ୍ ଭଳି କମ୍ପାନୀର କହିବା ଅନୁସାରେ, ଜାନୁଆରୀରୁ ମୂଲ୍ୟ ବଢିବାରେ ଲାଗିଛି । ଏଲଜି, ପାନାସୋନିକ୍ ଓ ଥର୍ମସନ୍ ଭଳି କମ୍ପାନୀର କହିବା ଅନୁସାରେ, ଜାନୁଆରୀରେ ମୂଲ୍ୟ ବଢିବାକୁ ବାଧ୍ୟ ହୋଇଛୁ । ସେଭଳି ସୋନି ଏବେ ବି ସ୍ଥିତିର ଯାଞ୍ଚ କରୁଛି ମୂଲ୍ୟ ବୃଦ୍ଧିକୁ ନେଇ ପରେ ନିଷ୍ପତ୍ତ ନେବ। ପାସୋନିକ୍ ଇଣ୍ଡିଆର ପ୍ରେସିଡେଣ୍ଡ ଓ ସିଇଓ ମନିଷ ଶର୍ମାଙ୍କ କହିବା ଅନୁସାରେ, କମୋଡିଟିର ମୂଲ୍ୟ ବୃଦ୍ଧି ହେବାଦ୍ବାରା ଏହାର ପ୍ରଭାବ ଆମର ପ୍ରଡକ୍ଟ ଉପରେ ପଡିବ। ମୂଲ୍ୟ ୬-୭ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ । ଏହାପରେ ପ୍ରଥମ ତ୍ରୟ ମାସିକରେ ୧୦-୧୧ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢିବାର ଅନୁମାନ କରାଯାଉଛି।