ଜାନୁଆରିରୁ ଗାଡ଼ି ବୀମା ବୋଝ କମିବ

Spread the love

ନୂଆଦିଲ୍ଲୀ,୧୩/୧୨(ସନ୍ଧାନ ନିୟୁଜ) : ଅକ୍ଟୋବର ମାସରେ ଭାରତୀୟ ବୀମା ନିୟାମକ ଓ ବିକାଶ କତୃର୍ପକ୍ଷ (ଆଇଆର୍‌ଡିଏଆଇ) ପକ୍ଷରୁ ବାଧ୍ୟତାମୂଳକ ବ୍ୟକ୍ତିଗତ ଦୁର୍ଘଟଣା ବୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧୫ ଲକ୍ଷ ଟଙ୍କା କରିଦିଆଯାଇଥିଲା। ଏହାର ପ୍ରଭାବରେ ଗାଡ଼ିଗୁଡ଼ିକର ମୂଲ୍ୟ ବହୁତ ବଢ଼ିଯାଇଥିଲା। ଉତ୍ସବ ସମୟରେ ଗାଡ଼ି ବିକ୍ରିକୁ ତାହା ଗୁରୁତର ଭାବେ ପ୍ରଭାବିତ କରିଥିଲା। ସେହି ନିୟମ ଜାନୁଆରି ମାସରୁ କୋହଳ ହେବ। ଗାଡ଼ି କିଣିବାକୁ ଚାହୁଁଥିବା ଯେଉଁ ଗ୍ରାହକମାନଙ୍କ ପାଖରେ ପୂର୍ବରୁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ପଲିସି ଥିବ ସେମାନଙ୍କୁ ଆଉ ଦ୍ବିତୀୟ ଥର ତାହା କିଣିବାକୁ ପଡ଼ିବ ନାହିଁ। ସର୍ତ୍ତ ହେଉଛି ସେହି ବୀମାର ସୁରକ୍ଷା ରାଶି ୧୫ ଲକ୍ଷ ଟଙ୍କା ହୋଇଥିବା ଦରକାର। ଏବେ ଗାଡ଼ି କିଣିବା ବେଳେ ୭୫୦ ଟଙ୍କାର ପ୍ରିମିୟମ୍ ଦେଇ ବାଧ୍ୟତାମୂଳକ ବ୍ୟକ୍ତିଗତ ବୀମା (ସିପିଏ) କିଣିବାକୁ ପଡ଼ୁଛି। ଗାଡ଼ିର ବୀମା ସହିତ ଏହି ବୀମାକୁ କିଣିବାକୁ ବାଧ୍ୟ କରାଯାଇଛି। କିନ୍ତୁ ଜାନୁଆରି ପରେ ବାଧ୍ୟତାମୂଳକ ବ୍ୟକ୍ତିଗତ ବୀମା ଅଲଗା ଭାବେ ବିକ୍ରି କରାଯିବ। ଯେଉଁ ଗାଡ଼ି ମାଲିକ କିମ୍ବା ଡ୍ରାଇଭର୍‌ଙ୍କ ପାଖରେ ସେଭଳି ବୀମା ରହିଛି ସେମାନଙ୍କୁ ଆଉ ଦ୍ବିତୀୟ ଥର ବୀମା କିଣିବାକୁ ପଡ଼ିବ ନାହିଁ।

Related Posts

About The Author

Add Comment