ଜାତୀୟ ସ୍ପିଡ଼ ସ୍କେଟିଂରେ  ଦେବାଂଶଙ୍କୁ ସ୍ବର୍ଣ୍ଣପଦକ

Spread the love
ବରୀ,  ୧୬/୨/୨୬  (ସନ୍ଧାନ ନ୍ୟୁଜ)  : ଚେନ୍ନାଇର ଜବହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଜାତୀୟ ସ୍ପିଡ଼ସ୍କେଟିଂ  ପ୍ରତିଯୋଗିତାରେ ଦେବାଂଶ କର କୃତିତ୍ୱ ହାସଲ କରିଛନ୍ତି l ଦେବାଂଶ ୪୦୦ ମିଟର ସ୍ପିଡ଼ସ୍କେଟିଂରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ଓ ଟ୍ରଫି ଜିତିଛନ୍ତି l ଦେବାଂଶ ହେଉଛନ୍ତି ବରୀ ବ୍ଲକ ଅନ୍ତର୍ଗତ ଇଷାଣପୁର ଗ୍ରାମପଞ୍ଚାୟତର ଶଙ୍କରାକୂଳ ଗ୍ରାମର ସ୍ୱର୍ଗତ ମଧୁସୂଦନ କରଙ୍କ ଅଣନାତି  ଓ କର୍ଣ୍ଣଲ ଅକ୍ଷୟ କୁମାର କର ଓ ବୈଜୟନ୍ତ କରଙ୍କ ନାତି ତଥା ନିରଞ୍ଜନ କର ଓ ସମାପିକା ମିଶ୍ରଙ୍କ ପୁଅ l ଦେବାଂଶଙ୍କ ଏହି ସଫଳତା ପାଇଁ ବରୀ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ଦେବାଂଶ ଙ୍କ ଏହି ସଫଳତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

Related Posts

About The Author

Add Comment