ବନ୍ଧଡିହ ଗ୍ରାମ ପଂଚାୟତରେ ସଚେତନତା ଶିବିର

Spread the love

ଯାଜପୁର/୨୦/୦୨/ସନ୍ଧାନ ନିଉଜ୍)ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା ଗ୍ରାମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା ଶିବିରରେ ବନ୍ଧଡିହ ଗ୍ରାମ ପଂଚାୟତ ସରପଂଚ ବିକ୍ରମ କୁମାର ବେହେରା ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ବନ୍ଧଡିହ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣାଞ୍ଜଳୀ ଆର୍ଚାର୍ଯ୍ୟ, ବନ୍ଧଡିହ କଷ୍ଟରର ସିଆରସିସି ଶ୍ରୀବତ୍ସ ସାହୁ, ଶକ୍ଷକ ଜଚିନ୍ଦ୍ର ମୋହନ ସାହୁ, ସିଏସଓ ଶ୍ରାବଣୀ ତ୍ରୀପାଠୀ, ପ୍ରମୁଖ ଯୋଗଦେଇ ସରକାରଙ୍କ ବହୁମୁଖୀ ବିଭଗରେ କାର୍ଯ୍ୟକ୍ଷମ ହେଉଥିବା ବିିଭନ୍ନ ଯୋଜନା ଉପରେ ସଚେତନତା କରିଥିଲେ । ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ ପଦର୍ଶିତ ହୋଇଥିଲା । ପରମ୍ବିକ ପ୍ରର୍ଯ୍ୟୟରେ ଜଗନ୍ନାଥଙ୍କ ଫଟୋ ଛିତ୍ରରେ ଫୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱରା ବିଭନ୍ନ ସଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବନ୍ଧଡିହ ସରକାରୀ ବିଦ୍ୟାଳୟର ଛ୍ରତ୍ରୀ ସୁୁଜାତା ମଲିକ ଜାତୀୟ ସ୍ତରରେ ଖୋ ଖୋ ଖେଳରେ ସାମଲି ହୋଇଥିବା ପାଇଁ, ଶୁଭ ଲକ୍ଷ୍ମୀ ସାହାଣୀ, ରାଜ୍ୟ ସ୍ତରୀୟ ଦୌଡ କୁଦରେ ସାମିଲ ହୋଇଥିବା ପାଇଁ ଏବଂ ଶାରୀରିକ ଶିକ୍ଷକ ସୁଶାନ୍ତ କୁମାର ସାହାଣୀଙ୍କୁ ମାନପତ୍ର ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପଂଚାୟତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟ, ଏମବିକେ ସିଆରପି ଏବଂ ବିଭିନ୍ନ ସଂୟ ସହାୟକ ଗୋଷ୍ଠୀଙ୍କ ସମ୍ବର୍ଦ୍ଦିତ କରାଯାଇଥିଲା । ବିଭିନ୍ନ ନୃତ ଗୀତ ଏବଂ ନାଟକରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଟ୍ରଫି ଏବଂ ପ୍ରମାଣପତ୍ର ଦିଆଯାଇ ପୁରସ୍କୁତ କରାଯାଇଥିଲା । ସଚେତନତା ସଭାରେ ସୁଶାନ୍ତ ସାହାଣୀ ମଂଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ନାଏବ ସରପଂଚ ମମତା ରାଉତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପଂଚାୟତର ବହୁ ସ୍ୱାଚ୍ଚାସେବୀ, ସଭ୍ୟା ସଭ୍ୟା, କମୁନିଷ୍ଟି ଷ୍ଟାପ ପ୍ରମୁଖ ସାହାର୍ଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment