ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଶିକ୍ଷଣ ଓ ଆଲୋଚନାଚକ୍ର

Spread the love

ବାରିପଦା, 10.12.2020 (ଲିଙ୍ଗରାଜ ପଣ୍ଡା): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୋରୁମହିଷାଣୀ, ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ବାରିପଦା, ପ୍ରାରମ୍ଭିକ ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ କୁଶଳଦାର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତିରେ ବିଦ୍ୟାଳୟ ଶିକ୍ଷା ଓ ଦିଶା ନିର୍ଦ୍ଦେଶ ପ୍ରଶିକ୍ଷଣ ଓ ଆଲୋଚନା ଚକ୍ର ଆୟୋଜିତ  ହୋଇଯାଇଛି । ଆଲୋଚନାଚକ୍ରକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସସିଇଆରଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ , ଜିଲ୍ଲା ଶିକ୍ଷା ଅଧୁକାରୀ ପ୍ରଦୋଷ କୁମାର ନାୟକ ଜିଲ୍ଲା ମଙ୍ଗଳ ଅଧୁକାରୀ ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଫୁଲମଣୀ ମୁର୍ମୁ , ବ୍ଳକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୋରୁମହିଷାଣୀର ଅଧ୍ୟକ୍ଷ ଡଃ ପୁର୍ଣ୍ନଚନ୍ଦ୍ର ଟୁଡୁ, ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ବାରିପଦାର ଅଧ୍ୟକ୍ଷ ଡଃ ସୁଦର୍ଶନ ସାନ୍ତରା ତଥା ସରକାରୀ ପ୍ରାରମ୍ଭିକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ସାହୁ ପ୍ରମୁଖଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଦେବସ୍ମିତା ଚକ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜୟିନୀ ମହାପାତ୍ର, ପ୍ରିୟବ୍ରତ ବହେରା, ପ୍ରଫୁଲ୍ଲ ଗୋଚ୍ଛାୟତ, ସପନ ପୃଷ୍ଟି, ଓ ଶୈଳବାଳା ବହେରା ପ୍ରମୁଖ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଆଲୋଚନା ଚକ୍ରରେ ଶିକ୍ଷକ ସହଦେବ ସାହୁ, ଶିକ୍ଷକ ପ୍ରଶିକ୍ଷକ ଡା କାନ୍ତି ସେଠୀ, ଅନାଦି ଚରଣ ବିନ୍ଧାଣୀ, ବିଜୟିନୀ ସୁବାଇଁ, କିରଣ କୁମାର ପ୍ରଧାନ, ସଦାଶିବ ଗିରି, ନିବେଦିତା ବାଗ, ଅବସରପ୍ରାପ୍ତ ଶିକ୍ଷା ଅଧୁକାରୀ ଭଗବାନ ସାହୁ, ଶିକ୍ଷାଅଧିକାରୀ କମଳାକାନ୍ତ ପ୍ରହରାଜ, ଧରଣୀଧର ପାତ୍ର, ଗୋଷ୍ଠୀ ଶିକ୍ଷାଅଧିକାରୀ ମନମୋହନ ହେମ୍ବ୍ରମ, ଗୌତମ ପାତ୍ର, ନିତ୍ୟାନନ୍ଦ ବାରିକ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋତେଶ ଦାସ, ଡା ଗାୟତ୍ରୀ ମହାନ୍ତି ପ୍ରମୁଖ ୪୦ ଜଣ ବିଶେଷଜ୍ଞ ସେମାନଙ୍କର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଏସଏସଡି ବିଭାଗର ଶିକ୍ଷା ନୀରିକ୍ଷକ ଚନ୍ଦ୍ରଭାନୁ ମହାପାତ୍ର ଓ ଏସସିଇଆରଟି ର ସହକାରୀ ନିର୍ଦ୍ଦେଶକ ଡଃ ତାପସ ନାୟକ ଯୋଗ ଦେଇ ମୟୂରଭଞ୍ଜରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ଅନ୍ୟ ଜିଲ୍ଲାରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ

Related Posts

About The Author

Add Comment