ଆଠଗଡ଼, ୦୬.୦୨.୨୦୨୧(ସନ୍ଧାନ ନିଉଜ୍):- ଆଠଗଡ ଥାନା ଅନ୍ତର୍ଗତ ଅମୃତମଣିପାଟଣା ଗାଁ ନିକଟ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଅମୃତମଣିପାଟଣା ଗାଁର ରମେଶ ଚନ୍ଦ୍ର ରାଉତ (୫୫ ) କୌଣସି କାମ ପାଇଁ ଘରୁ ବାହାରି ଆସୁଥିବା ସମୟରେ ସାମ୍ନା ପଟୁ ଏକ କାର ଧକ୍କା ଦେଇଥିଲା । ପରେ ରମେଶଙ୍କୁ ଗୁରୁତର ଅବସ୍ଥରାରେ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରତ୍ୟେକ୍ଷଦର୍ଶିଙ୍କ ସୂଚନା ମୁତାବକ ଓଡି-୧୯ଏଲ୍-୪୩୧୩ ନମ୍ୱର୍ ବିଶିଷ୍ଟ ଏକ କାର ରମେଶଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା
|
February 6, 2021 |