ଜାତୀୟ ରାଜପଥରେ ଓଲଟିଲା ଟାଟାଏସି

Spread the love

ଚଣ୍ଡିଖୋଲ,୧୯ ।୫ (ସନ୍ଧାନନିୟୁଜ/ମାନସ ରାଉତ)-ବଡଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ-ବଡଚଣା ମଧ୍ୟଭାଗରେ ଆଜି ସକାଳୁ ଏକ ପରିବା ବୋଝେଇ ଟାଟାଏସି ଭାରସାମ୍ୟ ହରାଇ ଓଡଟି ପଡିଥିବା ଜଣାଯାଇଛି । ଚଣ୍ଡିଖୋଲ ଆଡୁ ଆସି କଟକ ଯାଉଥିବା ଏକ ପରିବା ବୋଝେଇ ଟାଟାଏସି ଏକ ଗାଈକୁ ରକ୍ଷା କରିବାକୁ ଯାଇ ରାସ୍ତା ଉପରେ ଓଲଟି ପଡିଥିଲା । ଏହି ଦୃଘଟଣାରେ କାହାର କିଛି କ୍ଷତି ଘଟିନଥିବା ବେଳେ ଚାଳକ କୌଶଳ କ୍ରମେ ବଞ୍ଚିଯାଇଛି । ଖବରପାଇ ବଡଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତଙ୍କ ନିଦେ୍ର୍ଦଶକ୍ରମେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟାଟାଏସିକୁ ଉଠାଇ ଫାଣ୍ଡିକୁ ନେଇଥିଲେ । ପୁଲିସ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି ।

Related Posts

About The Author

Add Comment