ଜାତୀୟ ଯୁବ ଦିବସ ପାଳିତ

Spread the love
କୋରାପୁଟ, ୧୨/୦୧ /୨୦୧୨ (ସନ୍ଧାନ ନିଉଜ ) କୋରାପୁଟ ଜିଲ୍ଲା ବିବେକାନନ୍ଦ ଯୁବ ସଂସଦ ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତି ତଥା ଜାତୀୟ ଯୁବ ଦିବସ ଆଭାଷୀ ମାଧ୍ୟମ ଗୁଗଲ ମିଟ ଜରିଆରେ  ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହେଇଅଛି । ଏଥିରେ ବର୍ଷିୟାନ୍ ସାହିତ୍ୟିକ ତଥା ସମାଜସେବୀ ଶ୍ରୀ କୃଷ୍ଣ ସିଂହ ଯୋଗ ଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ଋପେ ନୂଆପଡାରୁ ଅଧ୍ୟାପକ ରବିରଞ୍ଜନ ପ୍ରଧାନ ଯୋଗଦେଇ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ଯୁବପିଢିଙ୍କୁ  ସମ୍ବୋଧିତ କରିଥିଲେ । ଡ. ଝାନସୀ ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଭାଷୀ ଶିବିର ରେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ବିବେକାନନ୍ଦଙ୍କ ସ୍ୱଦେଶୀ ମନ୍ତ୍ର ପାଠ କରିବା ସ୍ଥଳେ ଅଧ୍ୟାପକ ସରୋଜ କୁମାର ପ୍ରହରାଜ ଶେଷରେ ଶାନ୍ତିପାଠ କରିଥିଲେ । ସଭାକୁ ଯୁବ ସଂସଦ ସଦସ୍ୟ ମନୋରଞ୍ଜନ ପଣ୍ତା ସଂଯୋଜନା କରିଥିବା ସ୍ଥଳେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ଯୁବ ଅଧ୍ୟାପକ କାହ୍ନୁ ଚରଣ ବରାଡ । ସଭା ପରିଚାଳନା କରିଥିଲେ ସଂସଦର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଅରୁଣ କୁମାର ତ୍ରିପାଠୀ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଯୁବ ପିଢିଗଣ ଏହି ଜ୍ଞାନ ଯଜ୍ଞରେ ଯୋଗଦେଇ ଏହାକୁ ସଫଳ କରିଥିଲେ ।

Related Posts

About The Author

Add Comment