ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ

Spread the love

ଯାଜପୁର, ୨୪/୦୩/୨୦୨୨ (ସନ୍ଧାନ ନିଉଜ) : ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିଲେ । ଏହି ଦିବସକୁ ସ୍ମରଣୀୟ କରିବା, ମହାତ୍ମା ଗାନ୍ଧୀଙ୍କ ଅପୂର୍ବ ଦେଶପ୍ରେମ ଓ ତ୍ୟାଗକୁ ଉଜ୍ଜିବିତ କରିବା ଉଦେ୍ଦଶ୍ୟରେ ବୁଧବାର ପ୍ରତୁ୍ୟଷରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଚ୍ଥି । ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିିରେ ଜିଲ୍ଳ୍ା ପ୍ରଶାସନ ସଂସ୍କୃତି ବିଭାଗ ଓ ପତଞ୍ଜଳି ଯୋଗ ଶିବିର ପକ୍ଷରୁ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କରାଯାଇଥିଲା । ଗାନ୍ଧିଜୀଙ୍କ ଆଦର୍ଶ, ଦର୍ଶନ ଚୀର ଅମର ଓ ପିଢି ପରେ ପିଢି ଏହା ସମସ୍ତଙ୍କୁ ଅନୁପ୍ରାଣିତ କରିଚାଲିଥିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ସମାଜ ସେବୀ ନିଶିଥ ଦାସ, ଯୋଗ ଗୁରୁ ଗୋପିନାଥ ସେଠୀ, ସରୋଜ କୁମାର ଜେନା, ପରମାନନ୍ଦ ତ୍ରିପାଠୀ, ସତ୍ୟବ୍ରତ ମହାନ୍ତି, ହୃଷିକେଶ ନାଥ, ଦେବେନ୍ଦ୍ର ସେଠୀ, ଶ୍ରୀନିବାସ ସାହୁ ଓ ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ, ପର୍ଯ୍ୟଟନ ବିଭାଗ କର୍ମଚାରୀ ଅମର ଜେନା ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ ।

Related Posts

About The Author

Add Comment