ବାରିପଦା, 28.01.2021 (ସନ୍ଧାନ ନିଉଜ୍) :– ୨୫ ଜାନୁଆରୀ ସନ୍ଧ୍ୟାରେ ପଦ୍ମ ପୁରସ୍କାର-୨୦୧୧ ତାଲିକାର ଘୋଷଣା କରାଯାଇଛି , ଯେଉଁଥିରେ ୧୧୯ ଜଣ ଲୋକଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରାଯିବ | ଏହି ତାଲିକାରେ ୨୯ ଜଣ ମହିଳାଙ୍କ ନାମ ମଧ୍ୟ ରହିଛି | ଭାରତ ସରକାରଙ୍କ ଦ୍ୱାରା ମିଳୁଥିବା ଏହି ଆୱାର୍ଡ ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ | କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏହା ପ୍ରଥମେ କେଉଁ ନାମରେ ଥିଲା ଏବଂ ଏହାର ଆରମ୍ଭ କିପରି ହୋଇଥିଲା |
କାହିଁକି ଦିଆଯାଏ ଏହି ଆୱାର୍ଡ : ଯେଉଁମାନେ କଳା, ଶିକ୍ଷା, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ, ଖେଳ, ଚିକିତ୍ସା, ସମାଜସେବା , ଏବଂ ସାର୍ବଜନିକ ଜୀବନରେ ବିଶେଷ ଯୋଗଦାନ ଦେଇଥାନ୍ତି ସେମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ଏହି ସମ୍ମାନ ରେ ସମ୍ମାନିତ କରାଯାଇଥାଏ | ବିଭିନ୍ନ କ୍ଷେତ୍ର ରେ ବିଶେଷ ଯୋଗଦାନ ଦେଇଥିବା ଲୋକଙ୍କୁ ‘ପଦ୍ମ ବିଭୂଷଣ’ ସାଧରଣ ପ୍ରତିଷ୍ଠିତ ସେବା ପାଇଁ ‘ପଦ୍ମ ଭୂଷଣ’ ସମ୍ମାନ ରେ ସମ୍ମାନିତ କରାଯାଇଥାଏ |
ପୂର୍ବରୁ କଣ ଥିଲା ପୁରସ୍କାରର ନାମ : ଦେଶର ଦୁଇ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଏବଂ ପଦ୍ମ ପୁରସ୍କାର ର ଆରମ୍ଭ ଭାରତ ସରକାର ୬୬ ବର୍ଷ ପୂର୍ବରୁ ୧୯୫୪ ମସିହାରେ କରିଥିଲେ | ସେତେବେଳେ କେବଳ ପଦ୍ମ ବିଭୂଷଣ ଆୱାର୍ଡ ର ଅସ୍ତିତ୍ୱ ଥିଲା | ଏହି ଆଧାରରେ ଦ୍ୱିତୀୟ ଏବଂ ତୃତୀୟ ବର୍ଗରେ ବିଜେତାଙ୍କୁ ସମ୍ମାନିତ କରାଯାଉଥିଲା | କିନ୍ତୁ ଏକ ବର୍ଷ ପରେ , ୮ ଜାନୁଆରୀ ୧୯୫୫ ମସିହାରେ ରାଷ୍ଟ୍ରପତି ଭବନ ଏକ ବିଜ୍ଞପ୍ତି ଜାରି କରି ତାହାକୁ ପଦ୍ମ ଶ୍ରୀ , ପଦ୍ମ ଭୂଷଣ ଏବଂ ଏବଂ ପଦ୍ମ ବିଭୂଷଣ ନାମରେ ନାମିତ କରିଥିଲେ |
ପଦ୍ମ ପୁରସ୍କାର ତାଲିକାର ଘୋଷଣା ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ କରାଯାଇଥାଏ | ଏହା ପରେ ମାର୍ଚ୍ଚ କିମ୍ବା ଏପ୍ରିଲ ରେ ଏକ ସମାରୋହରେ ରାଷ୍ଟ୍ରପତି ବିଜେତାଙ୍କୁ ସମ୍ମାନିତ କରିଥାନ୍ତି | ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନ ପଦ୍ମ ଶ୍ରୀ ମିଳିଛି ତେବେ ତାଙ୍କୁ ୫ ବର୍ଷ ପରେ ପଦ୍ମ ଭୂଷଣ କିମ୍ବା ପଦ୍ମ ବିଭୂଷଣ ମିଳିପାରିବ | ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଭାରତର ରାଜପତ୍ର ରେ ଘୋଷିତ କରାଯାଇଥାଏ | ୨୬ ଜାନୁଆରୀ ୨୦୨୧ ରେ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସନ୍ଧ୍ୟା ସମୟରେ ଏହି ପୁରସ୍କାରର ତାଲିକା ପ୍ରକାଶ ପାଇଥିଲା ଯେଉଁଥିରେ ୧୧୯ ଜଣଙ୍କ ନାମ ଥିଲା | ସେଥିରେ ୧୦୨ ଜଣଙ୍କୁ ପଦ୍ମ ଶ୍ରୀ , ୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦ ଜଣଙ୍କୁ ପଦ୍ମ ବିଭୂଷଣ ଦିଆଯିବ |