ନୂଆଦିଲ୍ଲୀ, ୨୨/୧୧ (ସନ୍ଧାନ ନିୟୁଜ) ଆମେ ଆପଣଙ୍କୁ ଏକ ଆଇଏଏସ୍ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଯାଉଛୁ , ଯିଏ ନିଜ କ୍ୟାବିନ୍ ରେ ଝାଡୁ ମାରୁଥିବାର ନଜର ଆସିଥିଲେ , ଓ ଏହା କରିବାପାଇଁ ସେ ଅଫିସ୍ ରେ ୧୦ ମି ପୁର୍ବରୁ ପହଞ୍ଚିଯାଆନ୍ତି ।
ସାକ୍ଷାତ କରନ୍ତୁ ଡାକ୍ତର ଅଜୟ ଶଙ୍କର ପାଣ୍ତେ , ଉତ୍ତର ପ୍ରଦେଶରେ ରହୁଥିବା ଅଜୟ ସବୁଦିନ ନିଜ ଅଫିସ୍ ରେ ୧୦ ମିନିଟ୍ ପୁର୍ବରୁ ଆସି ପହଞ୍ଚିଯାଆନ୍ତି , ଯାହାଦ୍ୱାରା ସେ ନିଜ କ୍ୟାବିନ୍ ର ସଫାସଫି କରିପାରିବେ , ଯେଉଁଥିରେ ଝାଡୁ ମାରିବା ସହ ପୋଛା ମାରିବା ବି ସାମିଲ୍ ଅଛି , ଅଜୟ କହନ୍ତି କି ଏହାର ଆରମ୍ଭ ୧୯୯୩ ରେ ହୋଇଥିଲା, ଯେବେ ସେ ଆଗରାର ଏତ୍ମାଦପୁର ରେ ଏସ୍ ଡିଏମ୍ ଥିଲେ, ତେବେ ସେଠାରେ ସଫାଇ କର୍ମଚାରୀ ହଡତାଲରେ ଚାଲିଯାଇଥିଲେ, ଏମିତିରେ ଅଜୟ ନିଜେ ଝାଡୁ ହାତରେ ନେଇଥିଲେ , ଓ ସଫାସଫି କରିବାକୁ ଲାଗିଲେ , ଷ୍ଟାର୍ଟିଙ୍ଗ୍ ଯେବେ ତାଙ୍କୁ ସମସ୍ତଙ୍କୁ ଝାଡୁ ପୋଛା କରିବାକୁ କୁହାଗଲା ତେବେ ସମସ୍ତେ ହସିବାକୁ ଲାଗିଲେ , ଏମିତିରେ ସମସ୍ତଙ୍କ ପାଇଁ ସେ ଏକ ଉଦାହରଣ ହୋଇ ସଫାସଫି କାମ ଆରମ୍ଭ କରିଦେଲେ , ଏତେ ବଡ ଅଫିସର ହୋଇ ଝାଡୁ ଲଗାଉଥିବାର ଦେଖି ସମସ୍ତେ କାମ କରିବାକୁ ଲାଗିଲେ