ଜାଣନ୍ତୁ”ଅଟଳ ବିହାରୀଙ୍କ ବିଷୟରେ ……..
୧. ଅଟଳ ବିହାରୀ ବାଜପାୟୀଙ୍କ ପୈତୃକ ଗାଁ ହେଉଛି ଆଗ୍ରା ନିକଟସ୍ଥ ବଟେଶ୍ୱର । କିନ୍ତୁ ତାଙ୍କ ଜେଜେ ପଣ୍ଡିତ ଶ୍ୟାମଲାଲ ବାଜପାୟୀ ବଟେଶ୍ୱରରୁ ମଧ୍ୟପ୍ରଦେଶର ମୋରେନା ଅଂଚଳକୁ ଚାଲି ଯାଇଥିଲେ ।
୨. ବାଜପାୟୀ ଜଣେ ପ୍ରତିଭାଶାଳୀ ଛାତ୍ର ଥିଲେ । ରାଜନୈତିକ ବିଜ୍ଞାନରେ ସେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ ।
୩. ଗ୍ୱାଲିୟରର ଆର୍ଯ୍ୟକୁମାର ସଭାରୁ ସେ ନିଜର ସାମାଜିକ ଆନେ୍ଦାଳନ ଆରମ୍ଭ କରିଥିଲେ ।
୪. ୧୯୩୯ରେ ବାବାସାହେବ ଆପ୍ତେଙ୍କ ଦ୍ୱାରା ପ୍ରଭାବିତ ହୋଇ ବାଜପାୟୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇଥିଲେ । ୧୯୪୭ରେ ସେ ଆରଏସଏସର ପ୍ରଚାରକ ହୋଇଥିଲେ ।
୫. ୧୯୪୨ରେ ଭାରତ ଛାଡ଼ ଆନେ୍ଦାଳନରେ ଭାଗ ନେଇ ନିଜ ଭାଇଙ୍କ ସହ ଅଟଳ ବିହାରୀ ଗିରଫ ହୋଇଥିଲେ ।
୬. ଅଟଳଜୀଙ୍କ କ୍ଲାସମେଟ ଥିଲେ ତାଙ୍କ ବାପା । ଉଭୟ କାନପୁର ଲ’ କଲେଜରେ ଏକାଠି ପାଠପଢ଼ିବା ସହ ହଷ୍ଟେଲର ଗୋଟିଏ ରୁମ୍ରେ ରହୁଥିଲେ ।
୭. ଅଟଳଜୀ ଜଣେ ଭଲ ସାମ୍ବାଦିକ ହେବାକୁ ଚାହୁଁଥିଲେ । ଦୀନଦୟାଲ ଉପାଧ୍ୟାୟଙ୍କ ମାସିକ ହିନ୍ଦୀ ପତି୍ରକା ରାଷ୍ଟ୍ରଧର୍ମ, ସାପ୍ତାହିକୀ ପଂଚଜନ୍ୟ ଓ ଦୈନିକ ଖବରକାଗଜ ବୀର ଅର୍ଜୁନ ଓ ସ୍ୱଦେଶରେ ଅଟଳଜୀ ସାମ୍ବାଦିକତା କରିଥିଲେ ।
୮. ଅଟଳଜୀ ଥିଲେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ଅନୁଗାମୀ । କାଶ୍ମୀର ଯିବାପାଇଁ ଅନୁମତି ଆବଶ୍ୟକ ପଡ଼ୁଥିବାରୁ ଏହା ବିରୋଧରେ ଶ୍ୟାମ ପ୍ରସାଦଙ୍କ ସହ ଅଟଳ ବିହାରୀ ୧୯୫୩ରେ ଅନଶନ କରିଥିଲେ । ତେବେ ସେହି ସମୟରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସନେ୍ଦହଜନକ ମୃତୁ୍ୟ ତାଙ୍କୁ ଗଭୀର ଆଘାତ ଦେଇଥିଲା ।
୯. ୧୯୫୭ରେ ଅଟଳଜୀ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଉତରପ୍ରଦେଶର ମଥୁରା ଓ ବଳରାମପୁରରୁ ସେ ନିର୍ବାଚନ ଲଢ଼ିଥିବାବେଳେ ବଳରାମପୁରରେ ବିଜୟୀ ହୋଇଥିଲେ । ମଥୁରା ଆସନରୁ ସେ ରାଜା ମହେନ୍ଦ୍ର ପ୍ରତାପଙ୍କ ଠାରୁ ପରାସ୍ତ ହୋଇଥିଲେ ।
୧୦. ଭାଷଣ ଦକ୍ଷତା ପାଇଁ ଅଟଳଜୀ ବିଶ୍ୱରେ ମଧ୍ୟ ପ୍ରସିଦ୍ଧ ଥିଲେ । ସଂସଦରେ ତାଙ୍କର ପ୍ରଥମ ଉଦବୋଧନ ଶୁଣିବା ପରେ ଜବାହାରଲାଲ ନେହେରୁ କହିଥିଲେ, ଅଟଳ ବିହାରୀ ଦିନେନା ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ।
୧୧. ୧୯୭୭ରେ ଅଟଳଜୀ ମୋରାରାଜୀ ଦେଶାଇଙ୍କ ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ସେ ପ୍ରଥମ ଦିନ ନିଜ ଅଫିସକୁ ଆସିବା ପରେ ଦେଖିବାକୁ ପାଇଲେ ନେହେରୁଙ୍କ ଫଟୋ ନାହିଁ । ତେଣୁ ସେ ତୁରନ୍ତ ନିଜ କର୍ମଚାରୀଙ୍କୁ କହି କାନ୍ଥରେ ନେହେରୁଙ୍କ ଫଟୋ ଟଙ୍ଗାଇଥିଲେ । ଜାତିସଂଘରେ ପ୍ରଥମ ଥର ପାଇଁ ହିନ୍ଦୀରେ ଭାଷଣ ଦେଇ ଅଟଳଜୀ ଚର୍ଚ୍ଚା ସୃଷ୍ଟି କରିଥିଲେ ।
୧୨. ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ବାଜପାୟୀଜୀ ପୋଖରାନରେ ପରମାଣୁ ପରୀକ୍ଷଣ କରି ବିଶ୍ୱକୁ ଚକିତ କରିଦେଇଥିଲେ ।
୧୩ . ସେ କହୁଥିଲେ ଆମେ ପଡେ଼ାଶୀକୁ କେବେ ଛାଡ଼ି ପାରିବା ନାହିଁ । ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ବାଜପାୟୀଜୀ ପାକିସ୍ତାନକୁ ବସରେ ଯାତ୍ରା କରିଥିଲେ ।
୧୪. ୨୦୦୦ରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଆରମ୍ଭ ହୋଇଥିଲା । ୨୦୦୧ରେ ସେ ଆଣ୍ଠୁ ପ୍ରତ୍ୟାରୋପଣ କରିଥିଲେ । ୨୦୦୯ରେ ସେ ପ୍ରଥମ ଥର ପାଇଁ ହୃଦଘାତର ଶିକାର ହୋଇଥିଲେ । ସେହି ହୃଦଘାତ ପରେପରେ ବାକପଟୁତା ପାଇଁ ପରିଚିତ ଅଟଳଜୀ ଆଉ କଥା କହିପାରିନଥିଲେ ।
୧୫. ଭାରତର ଜଣେ ଅନନ୍ୟ ରାଜନେତା ଭାବେ ଅଟଳଜୀ ଉତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଗୁଜୁରାଟରୁ ନିର୍ବାଚନ ଜିଣିପାରିଥିଲେ ।
୧୬. ଜଣେ କବି ଭାବେ ବାଜପାୟୀ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ଏମିତିକି ରାଜନୀତିରେ ତାଙ୍କର ସେଭଳି ରୁଚି ନଥିଲା । ବରଂ ସେ ଜଣେ ଭଲ କବି ହେବାକୁ ଚାହିଁଥିଲେ ବୋଲି ଅଟଳଜୀ ନିଜ ସାକ୍ଷାତକାରରେ ପ୍ରକାଶ କରିଥିଲେ ।
୧୭. ଅଟଳଜୀ ଆମିଷ ଖାଇବାକୁ ବେଶୀ ପସନ୍ଦ କରୁଥିଲେ । ତାଙ୍କର ପସନ୍ଦର ଖାଦ୍ୟ ହେଉଛି ଚିଙ୍ଗୁଡ଼ି । ଅଟଳଜୀଙ୍କ ପସନ୍ଦର ରେଷ୍ଟୁରାଂଟ ହେଉଛି ପୁରୁଣା ଦିଲ୍ଲୀର କରିମ୍ ରେଷ୍ଟୁରାଂଟ ।
୧୮. ୪୭ ବର୍ଷ ଧରି ସେ ସଂସଦର ସାଂସଦ ଥିଲେ । ୧୧ ଥର ଲୋକସଭାରୁ ଓ ୨ ଥର ରାଜ୍ୟସଭାରୁ ବିଜୟୀ ହୋଇଥିଲେ ।
୧୯. ୨୦୧୪ ଡିସେମ୍ବର ୨୫ରେ ଅଟଳଜୀଙ୍କୁ ଭାରତ ସରକାର ଭାରତରନôରେ ଭୂଷିତ କରିଥିଲେ । ୨୦୧୫ ମାର୍ଚ୍ଚ ୨୭ରେ ଭାରତର ତକôାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ବାସଭବନକୁ ଯାଇ ଏହି ଉପାଧି ପ୍ରଦାନ କରିଥିଲେ
Related Posts
About The Author