ଜାଡରେ ଥରୁଛି ମୟୂରଭଞ୍ଜ

Spread the love

ବାରିପଦା, ୨୧/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସଦର ମହକୁମା ବାରିପଦା ସମେତ ପୂରା ଜିଲ୍ଲାରେ ପାରଦ ତଳକୁ ଖସିବାରେ ଲାଗିଛି। କାଲୁଆ ପବନ କାରଣରୁ ଜାଡ଼ ବଢ଼ିବାରେ ଲାଗିଛି। ଗତ ତିନିଦିନ ହେଲା ଥଣ୍ଡା ପ୍ରକୋପ ବଢ଼ିଛି ଶୁକ୍ରବାର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିବା ବେଳେ ଗତକାଲି ଏହା ୮.୫ ଡିଗ୍ରିକୁ ଖସିଆସିଛି। ସକାଳ ସମୟରେ ଉତ୍ତର ଦିଗରୁ ଶୀତୁଆ କୋହଲା ପବନ ପ୍ରବାହିତ ହେବାରେ ଲାଗିଛି। ସନ୍ଧ୍ୟା ସମୟରେ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ସକାଳ ସମୟରେ ମଧ୍ୟ ରାସ୍ତାଘାଟରେ ଜନସାଧାରଣ ଚଳପ୍ରଚଳ ହ୍ରାସ ପାଇଛି। ଆଜି ରବିବାର ଛୁଟି ଦିନରେ ଲୋକେ ୯ଟା ପରେ ଘରୁ ପଦାକୁ ବାହାରିବା ଆରମ୍ଭ କରିଥିଲେ। ମେଘମୁକ୍ତ ଆକାଶ ରହିଥିଲେ ମଧ୍ୟ ସୂର୍ଯ୍ୟଙ୍କ କିରଣ ଦେହକୁ ଲାଗୁ ନ ଥିଲା । ବାୟୁମଣ୍ଡଳ ଧୂଆଁଳିଆ ରହିଥିଲା । ସନ୍ଧ୍ୟା ଓ ସକାଳ ସମୟରେ ବୟସ୍କ ଓ ଛୋଟ ପିଲାମାନେ ନିଆଁ ଜାଳି ଶରୀରକୁ ଉଷୁମ କରୁଥିବାର ପରିଲକ୍ଷିତ ହୋଇଥିଲା । ଏଥି ସହିତ ବଜାରରେ ସ୍ନେଟର, ଜ୍ୟାକେଟ୍, କମ୍ବଳ, ଚାଦର ଆଦି ଗରମ ପୋଷାକ ଓ ବସର ବିକ୍ରି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡ଼ି  ପଡ଼ୁଥିବା ଦେଖିବାକୁ ମିଳିଛି। ମୟୂରଭ୍ୟଜ ପାଇଁ ୟେଲୋ ୱାର୍ଡ୍ ଜାରି ହୋଇଥିବା ବେଳେ ଆଗାମୀ କିଛି ଦିନ ଶୀତଲହରୀ ଲାଗିରହିବା ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

Related Posts

About The Author

Add Comment