ଜାଗରରେ ବେଦବ୍ୟାସ ପୀଠରେ ୧୪୪: ମେଳା ସ୍ଥଗିତ, ଭକ୍ତ ନିରାଶ

Spread the love

ରାଉରକେଲା, ୧୧/୦୩/୨୧ (ସନ୍ଧାନ ନିଉଜ) : ଆଜିଥିଲା ପବିତ୍ର ମହାଶିବରାତ୍ରୀ । । ଚଳିତ ବର୍ଷ ମହାମାରୀ କରୋନା ଯୋଗୁ ବେଦବ୍ୟାସ ପୀଠରେ ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା ଲଗାଯାଇ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ଭକ୍ତଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଐତିହାସିକ ବେଦବ୍ୟାସ ମେଳାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।  ଆଜି ସକାଳୁ  ରାଉରକେଲାର ଛୋଟ ଶିବାଳୟ ଗୁଡ଼ିକରେ ଭକ୍ତ ମାନେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା । ସେହିପରି କିଛି ଜାଗାରେ ଅଖଣ୍ଡ ନାମ ସଂଙ୍କିର୍ତନ ହେଉଥିବା ଦେଖିବାକୁ ମିଳିଥିଲା । ମାତ୍ର ଚଳିତ ବର୍ଷ ଶିବାଳୟ  ଗୁଡ଼ିକରେ କୋଭିଡ଼ କଟକଣା ଲାଗିଥିôବାରୁ ଏତେ ସଂଖ୍ୟକ ଭକ୍ତଙ୍କୁ ଦେଖିବାକୁ ମିଳି ନଥିଲା  ମନ୍ଦିର ବାହାରେ ପୂଜା ସାମଗ୍ରୀ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କ ବେପାର ମଧ୍ୟ ଏକ ପ୍ରକାର ମାନ୍ଦା ପଡ଼ିଛି । ବେଦବ୍ୟାସ ପୀଠକୁ କେବଳ ରାଉରକେଲା ନୁହେଁ, ଆଖପାଖ ଅଂଚଳ ଯେପରି ସମ୍ବଲପୁର, ଝାରସୁଗୁଡ଼ା, ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ରୁ  ବହୁ ଶ୍ରଦ୍ଧାଳୁ ଶିବରାତ୍ରୀରେ ଭ୍ରମଣ କରିବାକୁ ଆସିଥାନ୍ତି । ସଂଧ୍ୟା ସମୟରେ ଏହି ମନ୍ଦିର ଲୋକାରଣ୍ୟ ହୋଇ ଉଠେ । ଭକ୍ତଙ୍କ କୋଳାହଳରେ ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି  ହୋଇଥାଏ । ମାତ୍ର ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ କେବଳ ଅଳ୍ପ ସଂଖ୍ୟକ ପୂଜକରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ ହୋଇଥିôବା ବେଳେ, ରାତ୍ରିରେ ପୂଜକ ମାନେ ମହାଦୀପ ଉଠାଇବାର କାର୍ଯ୍ୟକ୍ରମ ରହିଛି ।

Related Posts

About The Author

Add Comment