ଭୁବନେଶ୍ବର, ୨୧/୦୬/୨୦ (ସନ୍ଧାନ ନିଉଜ): ଯୋଗ ମଣିଷ ଶରୀର ଓ ମନକୁ ଫିଟ୍ ରଖେ । ମାନସିକ ଚାପ ଓ ରୋଗରୁ ଉପଶମ ଦେଇଥାଏ । ଅଧିକାଂଶ ଲୋକ ଭୂମି ଉପରେ ଯୋଗ କରନ୍ତି, କିନ୍ତୁ ଜଳରାଶିରେ ଯୋଗ କରିବା ନିଶ୍ଚିତ ଭାବେ ନିଆରା । ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେ ଏମିତି ଜଣେ ପ୍ରତିଭାଙ୍କ କଥା କହୁଛୁ ଯିଏକି ଜଳରେ କେବଳ ଯୋଗ ନୁହେଁ ପ୍ରାଣାୟମ ମଧ୍ୟ କରନ୍ତି । ମୁଣ୍ଡରେ ଟାଇଟ କ୍ୟାପ, ଆଖିରେ ଚଷମା,ଫେକ୍ସିବୁଲ ପୋଷାକ ପିନ୍ଧି ଜଳରେ ଯୋଗ କରିବାରେ ମାହିର ଅଶୋକ ବରାଳ । ଶରୀରକୁ ଫିଟ ରଖିବା ପାଇଁ ଭିନ୍ନ ଭିନ୍ନ ଭଙ୍ଗୀରେ ପହଁରିବା ପରେ ଆରମ୍ଭ କରିଛନ୍ତି ପ୍ରାଣାୟମ । ସେହିପରି ପାଣିରେ ଅନେକ ଭାସମାନ ଅବସ୍ଥାରେ ଅନୁଲମ-ବିଲୋମ ଓ କପାଲଭାତି କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅଶୋକ । ଏଭଳି ଯୋଗ ଓ ପ୍ରାଣାୟମ କରିବା ଦ୍ବାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସଚଳ ହେବା ସହ ରକ୍ତ ସଞ୍ଚାଳନ ଭଲ ହୁଏ ।
ଜଳରେ ଯୋଗ କରି ଚର୍ଚ୍ଚାରେ ଅଶୋକ
|
June 21, 2020 |