ରାଉରକେଲା, ୧୮/୦୮/୨୦୨୦ (ସନ୍ଧାନ ନିଉଜ): ଜଲଦା ଗ୍ରାମ ପଂଚାୟତ ‘ସି’ ବ୍ଲକ ସ୍ଥିତ ଏସସିଏସଟି ୟୁଥ ଅର୍ଗାନାଇଜେସନ କ୍ଲବ ପରିସରରେ ‘ଓଡ଼ିଶା ମୋ ପରିବାର’ ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୭୪ ତମ ସ୍ୱାଧୀନତା ଦିବସରେ ଆୟୋଜନ କରାଯାଇଥିଲା । ସୁନ୍ଦରଗଡ଼ ଜିଲା ବିଜେଡ଼ି ଛାତ୍ର ସଭାପତି ରାଣା ପ୍ରତାପ ସିଂହଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରରେ ଲାଠିକଟା ବ୍ଲକ ଜିଲା ପରିଷଦ ସଭ୍ୟ ମହେଶ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଲାଠିକଟା ପଂଚାୟତ ସମିତି ଅଧ୍ୟକ୍ଷା ରଂଜିତା ଖାଲକୋ, ଜଲଦା ସରପଂଚ ଜାତୃ ଓରାମ, ରାଜ୍ୟ ବିଜେଡ଼ି ଯୁବ ସମ୍ପାଦକ ବିଭୂତି ଭୂଷଣ ପୁହାଣ, ସୁନ୍ଦରଗଡ଼ ଜିଲା ଛାତ୍ର ବିଜେଡ଼ି ମହାସଚିବ ବାବୁ ଖାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ରାମଦାସ ମୁଣ୍ଡାରୀ, ରାମଚନ୍ଦ୍ର ଦୀପ, ଅଜୟ ସାହୁ, ଆଶିଷ ଟପୋ, ସୁରେଶ ତନ୍ତୀ, ପ୍ରଶାନ୍ତ ଦାସ, ଦିଲେଶ୍ୱର ନାୟକ, ଶିବା ସମାସି, ସକ୍ରୀୟ ସହଯୋଗ କରିଥିଲେ ।
ଜଲଦାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
|
August 18, 2020 |