13.01.2021(ସନ୍ଧାନ ନିଉଜ୍) ଜଳବାୟୁ:- ଏହା ମଧ୍ୟମ ଜଳବାୟୁ ଆବଶ୍ୟକ କରିଥାଏ । ବାୟୁମଣ୍ଡଳର ଉତ୍ତାପ ୧୮- ୨୭ ଡି ଗ୍ରୀ ସେ ଲସି ୟସ୍ ରହି ଲେ ଗଛର ବୃଦ୍ଧି ଭଲ ହୋଇଥାଏ । ପ୍ରଚୁର ସୂର୍ଯ୍ୟାଲୋକ ସହିତ ଦିନର ତାପମାତ୍ରା (୧୬-୨୦ ଡିଗ୍ରୀ ସେଲସିୟସ ଏବଂ ରାତ୍ରିର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍ରେ ଉନ୍ନତ ମାନର ଫୁଲ ମିଳିଥାଏ । ଖରା ଦିନରେ ଫସଲକୁ ଛାଇ ଦେବା ଉଚିତ୍ । ମୃତ୍ତିକା ନିଗିଡ଼ା, ଦୋରସା, ଉର୍ବର ଏବଂ ମଧ୍ୟମ ଅମୃତା ( ପି.ଏଚ. ୬.୦ -୭.୦) ଥିବା ମାଟି ରେ ଜରବେରା ଭଲ ହୋଇଥାଏ। ଟାଣ ମାଟିରେ ବାଲି ମିଶାଇବା ଉଚିତ୍ । ଅଧୁକ ଅମ୍ଳ ମାଟିରେ ଚୂନ ମିଶାଇବା ଉଚିତ୍ । ମାଟିର ଜଳଧାରଣ ଶକ୍ତି ଅଧିକ ରହିବା ଉଚିତ୍ ।
କିସମ: ବିଭିନ୍ନ ରଙ୍ଗ ଓ ଆକାରରେ ଅନେକ କିସମର ଜରବେରା ରହିଛି । ହଲାଣ୍ଡ ଦେଶରୁ ଆସି ଆମ ଦେଶରେ ସାଧାରଣତଃ ସନସେଟ୍, ନର୍ଥଷ୍ଟାର, ସନଡାନ୍ସ, ଭେଞ୍ଚୁରି, ଗୋଲଡ ସ୍ପଟ୍, ସଙ୍ଗିଆ କିସମ ଲଗାଯାଉଛି ।
ବଂଶ ବିସ୍ତାର: ମଞ୍ଜି ପୁଆ, କାଟ କଲମୀ ତଥା ପେଷୀପୋଷଣ ପଦ୍ଧତି ରଜରବର ବଂଶ ବିସ୍ତ। ର ହୋଇପାରେ । ମଞ୍ଜିରୁ ଉତ୍ପାଦିତ ଚାରାରୁ ୨ ବର୍ଷ ପରେ ଫୁଲ ଆସିଥାଏ । ବ୍ୟବସାୟିକ ଭିଭିରେ ପୁଆ ବ୍ୟବହାର କରାଯାଏ । ଏଥିପାଇଁ ଜୁନ୍ ମାସରେ ପୁଆ ଗୁଡ଼ିକୁ ଅଲଗା କରି ଚେର ଏବଂ ପତ୍ର ସବୁ କାଟି ଦେଇ ଜମିରେ ଲଗାଯାଏ । ଜମି ପ୍ରସ୍ତୁତି ଓ ଲଗାଇବା ପ୍ରଣାଳୀ ଖରାଦିନରେ କିଆରୀକୁ ଗୁଣ୍ଡ ଚାଷ କରି ପ୍ରାୟ ୧ ଫୁଟ ଗଭୀର ଯାଏ ୧ ମିଟର ଓସାର ବେଡରେ ମାଟି ଖୋଳାଯାଏ । ଉପର ମାଟି ୩୦ ଭାଗ ଏବଂ ସଢ଼ା କଷ୍ଟ ୭୦ ଭାଗ ମିଶାଇ ମାଟିସ୍ତର ଠାରୁ ୧୫ସେ.ମି. ଉଚ୍ଚ ବେଡ୍ ପ୍ରସ୍ତୁତ କରାଯାଏ । ଉଈର ସମ୍ଭାବନା ଥିଲେ ଏକର ପ୍ରତି ୧୦ କି.ଗ୍ରା. ସ୍କୋରପାଇରିଫସ୍ ଗୁଣ୍ଡ ପ୍ରୟୋଗ କରାଯାଏ । ବର୍ଷା ଋତୁ ଆରମ୍ଭରେ ଧାଡିକୁ ଧାଡ଼ି ଓ ଗଛକୁ ଗଛ ୧ ଫୁ ଟି ବ୍ୟବଧାନରେ ଚାରା ଲଗାଯାଏ। ସାଧାରଣ ଭାବେ ବର୍ଗମିଟର ପ୍ରତି ୧୦ଗୋଟି ଚାରା ରଖାଯାଏ ।
ଖତସାର : ଥରେ ଲଗାଇଲେ ଜରବେରା ଗୋଟିଏ ସ୍ଥାନରେ ୨ -୩ବର୍ଷ ଯାଏ ରହି ଥାଏ। ତେଣୁ ପ୍ରଚୁର ପରିମାଣରେ ଜୈବିକ ଖତ ପ୍ରୟୋଗ କରାଯାଏ। ଏଥିସହିତ ଫୁଲ ଫୁଟିବା ପୂର୍ବରୁ ପ୍ରତି ମାସରେ ବର୍ଗମିଟର ପ୍ରତି ୬ଗ୍ରାମ୍ ଯବକ୍ଷାରଜାନ, ୪ ଗ୍ରାମ୍ ଫସଫରସ୍, ୬ଗ୍ରାମ୍ ପୋଟାସିୟମ୍, ୨ ଗ୍ରାମ୍ କ୍ୟାଲସିୟମ୍ ଏବଂ ୨ ଗ୍ରାମ୍ ମ୍ୟାଗ୍ନେସିୟମ୍ ମାଟିରେ ପ୍ରୟୋଗ କଲେ ଅମଳ ଓ ଫୁଲର ମାନ ବଢ଼ିଥାଏ । ଯବକ୍ଷାରଜାନ ଅଧିକ ହେଲେ ଫୁଲ ଅଧିକ ଦିନ ଫୁଲଦାନୀରେ ରହିପାରେ ନାହିଁ । ପରବର୍ତ୍ତୀ ଯତ୍ନ ସାର ପ୍ରୟୋଗ ସମୟରେ କୋଡ଼ା ଖୋସା କରି bସମସ୍ତ ଅନାବନା ଗଛ ନଷ୍ଟ କରିଦିଆଯାଏ । ପାଗ ଓ ମାଟିର ବତର ଦେଖୁ ୭-୧୦ ଦିନ ବ୍ୟବଧାନରେ ଜଳସେଚନ କଲେ ଫୁଲ ଶୀଘ୍ର ଫୁଟିଥାଏ ।
କୁଣ୍ଡଚାଷ ପ୍ରଣାଳୀ: ୨୦- ୨୫ ସେ.ମି. ବ୍ୟାସ ଥିବା କୁଣ୍ଡରେ ଜରବେରା ଲଗାଯାଏ। ମାଟି ୩୦ ଭାଗ ଏବଂ ସଢ଼ା କମ୍ପାଷ୍ଟ ୭୦ ଭାଗ ମିଶାଇ କୁଣ୍ଡ ପୂରଣ କରାଯାଏ । ପ୍ରତିମାସରେ କୁଣ୍ଡ ପ୍ରତି ୨୦୦ ମି. ଗ୍ରାମ୍ ଯବକ୍ଷାରଜାନ , ୧୦୦ ମି. ଗ୍ରାମ୍ ଫସଫରସ୍ ଓ ୩୦୦ ମି. ଗ୍ରାମ ପଟାସିୟମ ସାର ପ୍ରୟୋଗ କରାଯାଏ ।
ଅମଳ: ସାଧାରଣ ଭାବେ ଲଗାଇବାର ୩ମାସରେ ଫୁଲ ଆସିଥାଏ । ଫୁଲର ବାହାର ପାଖୁଡ଼ା ସମ୍ପୂର୍ଣ୍ଣ ଆକାରର ହୋଇ ଫୁଲି ଉପରେ ଠିଆ ହୋଇଥିବା ସମୟରେ ନିର୍ଦ୍ଦିଷ୍ଟ ଲମ୍ବର ନାଡ଼ ରଖୁ କାଟି ସଙ୍ଗେ ସଙ୍ଗେ ପାଣିରେ ପୁରାଇ ପୁନଶ୍ଚ କଟାଯିବା ଉଚିତ୍ । ଫୁଲଗୁଡ଼ିକୁ ଥଣ୍ଡା ସ୍ଥାନରେ ରଖାଯାଏ । କିସମ ଏବଂ ଚାଷ ପ୍ରଣାଳୀ ଅନୁସାରେ ଗଛ ପ୍ରତି ୧୨ – ୧୫ ଗୋଟିଏ କିମ୍ବା ବର୍ଗମିଟର ପ୍ରତି ବାର୍ଷିକ ୧୨୦- ୨୫୦ ଟି ଫୁଲ ମିଳିଥାଏ। ଗଛରେ ଫୁଲଗୁଡ଼ିକ ୧୫-୨୦ ଦିନ ପର୍ଯ୍ୟନ୍ତ ରହିଥାଏ । ଫୁଲଦାନୀ ପାଣିରେ ଲିଟର ପ୍ରତି ୫୦ ଗ୍ରାମ୍ ସୁକ୍ରୋଜ ଏବଂ ୨୦ ମି.ଗ୍ରାମ୍ ସିଲଭରି ନାଇଟ୍ରେଟ୍ କିମ୍ବା ୩୦ ଗ୍ରାମ୍ ସୁବ୍ରୋଜ ଏବଂ ୨୦୦ ମି.ଗ୍ରାମ୍ ୮ଏଚ୍.କ୍ୟୁସି ମିଶାଇଲେ ସାତ ଦିନ ଯାଏ ଫୁଲ ସତେଜ ରହିଥାଏ। ଏହା ବାଦ୍ ସବୁଜ ଗୃହରେ ମଧ୍ୟ ଆଜି କାଲି ବ୍ୟବସାୟିକ ଭି ଭି ରେ କରିବେରା ଚାଷ କରାଯାଉଛି । ଏଥିପାଇଁ ଉଦ୍ୟାନ ବିଭାଗ ତରଫରୁ ଉଭୟ ସବୁଜ ଗୃହ ତିଆରି ଏବଂ ଜରବେରା ଚାଷ ପାଇଁ ରିହାତିର ବ୍ୟବସ୍ଥାର ରହିଛି ।



