ଜରାଗ୍ରସ୍ଥ ବଳରାମ ପରିବାରକୁ ସହାୟତା

Spread the love

ଯାଜପୁର-୨୮/୦୯ (ସନ୍ଧାନ ନିଉଜ) କୋରେଇ ବ୍ଲକର ମୁକୁନ୍ଦପୁର ଗ୍ରାମର , ବଳରାମ ନାୟକ, ପି- ମୂଷା ନାୟକ , ୩ଟି ଝିଅ ଓ ଗୋଟିଏ ପୁଅ ସହିତ ସ୍ତ୍ରୀ କୁ ନେଇ ବଳରାମର ଗରିବ ସଂସାର । ଦୀଘ୍ର ୬ ବର୍ଷ ଧରି ଆଣ୍ଠୁଗଣ୍ଠି ବାତରେ ଆକ୍ରାନ୍ତ ହୋଇ ପରିବାର ପୋଷୁଥିବା ବଳରାମ ଅକର୍ମଣ୍ୟ ହୋଇ ଗଲା ପରେ ତା ପରିବାରର ଦୁଃଖ କହିଲେ ନସରେ । । ବିଜୁ ପକ୍କାଘର ଖଣ୍ଡେ ମିଳିଛି ।ା ନା ଘରକୁ ରାସ୍ଥା ଅଛି , ନା, ପାଖରେ ଖାଇବାକୁ ଅଛି । ବିଲ ମଝିରେ ପୈତୃକ ସଂପତ୍ତିରେ ଯାହେଉ ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଘରଖଣ୍ଡେ ମିଳି ଯାଇଛି । ଆଗକୁ କେହି ନାହିଁ କି ପଛକୁ କେହି ନାହିଁ । ରୋଗଗ୍ରସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଥିବା ବେଳେ, ଅରେଇକଣା ଗ୍ରାମର ଗ୍ରାମର ଜଣେ ଆୟୁରବେଦ ଡାକ୍ତର ସୁବାସ ଚନ୍ଦ୍ର ରାୟ ତାଙ୍କୁ ଚିକିସôା କରିବା ଫଳରେ ଏବେ ସେ ବିଛଣାରୁ ଡଠି ଚାଲିବାକୁ ସକ୍ଷମ ହୋଇଛନ୍ତି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିଥିବା ବଳରାମ ନାୟକ ଓ ତାର ପରିବାର ପିଲା ଛୁଆ , ଦେହ ପାଆ ନେଇ କିପରି ବଂଚିବ ତାହା ପ୍ରଶ୍ନ ବାଚୀ ହୋଇଛି । ଆୟୁରବେଦିକ ଡାକ୍ତରଙ୍କର ଔଷଧ ବେଶ କାମ ଦେଇଥିବା ବେଳେ , ଆଗାମୀ ଦିନରେ ଔଷଧ ଖାଇବା ମଧ୍ୟ ତା ପାଇଁ କଷ୍ଟ ସାଧ୍ୟ ହୋଇଛି । ହାଡ କଙ୍କାଳ ଧରି ବଂଚିଥିବା ବଳରାମ ପରିବାରର ଏହିଖବର ନୂଆ ଆଲୋକ ସ୍ୱେଚ୍ଛାସେବୀ ସଂଗଠନ ପାଖରେ ପଂହଚିଲା ପରେ ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ସେଠାରେ ପହଂଚିବା ସହିତ ତାଙ୍କୁ ଚିକିସôା କରୁଥିବା ବୈଦ୍ୟଙ୍କୁ ଭେଟିଥିଲେ । ତେବେ ଯଦି ଔଷଧ ସଠିକ ଧାରାରେ ଖାଇବେ ନିଶ୍ଚୟ ଭଲହେବାକଥା ଡାକ୍ତର କହୁିଛନ୍ତି । ଆଜି ଠାରୁ ବଳରାମ ନାୟକଙ୍କ ସମସ୍ତ ଔଷଧ ଖର୍ଚ୍ଚ ଅନୁଷ୍ଠାନ ନେବାକୁ ସ୍ଥିର କରିଛି । ପ୍ରଥମ ପର୍ଯ୍ୟୟରେ ଅନୁଷ୍ଠାନ ତରଫରୁ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରି ଛନ୍ତି । ତାଙ୍କ ପରିବାର କିପରି ଆଗାମୀ ଭବିଷ୍ୟତରେ ବଂଚିବେ , ତାହାର ବିହିତ ବ୍ୟବସ୍ଥାଲାଗି ସରକାର ସମସ୍ତ ସହଯୋଗ କରିବାକୁ ଅନୁଷ୍ଠାନ ଦାବି ଉପସ୍ଥାପନ କରିଛି ।

Related Posts

About The Author

Add Comment