ଜମ୍ମୁ ବିମାନବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ, ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ

Spread the love

ଶ୍ରୀନଗର, ୨୭/୦୬ (ସନ୍ଧାନ ନିଉଜ) : ଶ୍ରୀନଗରରେ ଗତକାଲି ସିଆରପିଏଫ ବଙ୍କରକୁ ଲକ୍ଷ୍ୟ କରି ଆତଙ୍କବାଦୀ ଆକ୍ରମଣ ଘଟଣାର ୨୪ ଘଣ୍ଟା ପୂରି ନାହିଁ, ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳକୁ ପହଂଚିଛନ୍ତି । କୁହାଯାଉଛି ଯେ, ବିସ୍ଫୋରଣ ରାତି ପ୍ରାୟ ୨ଟାରେ ହୋଇଛି ।  ଟେକ୍ନିକାଲ ଅଂଚଳର ଭିତରକୁ ସଂଦିଗ୍ଧର ବିସ୍ଫୋରଣ ମାଧ୍ୟମରେ ଭୟଭୀତ କରାଯାଇଛି । ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳକୁ ପହଂଚିଛନ୍ତି । ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରି ଦିଆଯାଇଛି ।

Related Posts

About The Author

Add Comment