ଶ୍ରୀନଗର ୧୨/୮(ସନ୍ଧାନ ନିୟୁଜ): ଜମ୍ମୁ କଶ୍ମୀରରେ ବଡ଼ଗମ ଜିଲ୍ଲାରେ ରବିବାର ହୋଇଥିବା ଏକ ସନ୍ଦିଗ୍ଧ ବୋମା ବିସ୍ଫୋରଣରେ ତିନିଜଣ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣ ବଡ଼ଗ୍ରାମର ପ୍ରମୁଖ ଅଞ୍ଚଳରେ ତୋସା ମୈଦାନ୍ ପାଖରେ ହୋଇଥିଲା। ଏହି ବିସ୍ଫୋରଣ ପରେ ଘଟଣାସ୍ଥଳରେ ପୁଲିସ ଟିମ୍ ପହଞ୍ଚି ସଙ୍ଗେସଙ୍ଗେ ଗୁରୁତର ଆହତଙ୍କୁ ଉଦ୍ଧାର କରି ବଡଗ୍ରାମ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା, ଯେଉଁଠାରେ ଦୁଇଜଣ ଲୋକଙ୍କଅବସ୍ଥା ଗମ୍ଭୀର ହେବାରୁ ସେମାନଙ୍କୁ ଶ୍ରୀନଗରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଏହି ବିସ୍ଫୋରଣ କୌଣସି ଆତଙ୍କବାଦୀଙ୍କ ଦ୍ୱାରା ହୋଇଛି ନା ଅନ୍ୟ କୌଣସି କାରଣ ରହିଛି ତାହା ଏଯାବତ୍ ସ୍ପଷ୍ଟ ହୋଇ ପାରି ନାହିଁ। ଏହି ଘଟଣାକୁ ଦେଖି ପୁଲିସ ଓ ଫରେନ୍ସିକ ଟିମ୍ ମାମଲାର ଯାଞ୍ଚ କରୁଛନ୍ତି।



