ଶ୍ରୀନଗର ୨୫/୧୦(ସନ୍ଧାନ ନିୟୁଜ) : ଜମ୍ମୁ କଶ୍ମୀରର ତ୍ରାଲରେ ଗୁରୁବାର ଆତଙ୍କବାଦୀମାନେ ସେନାର ୪୨ ନମ୍ବର ଶିବିର ଉପରକୁ ଅତର୍କିତ ଭାବରେ ଆକ୍ରମଣ କରିଛନ୍ତି। ଫଳରେ ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆତଙ୍କବାଦୀମାନେ ରାଷ୍ଟ୍ରୀୟ ରାଇଫଲର ୪୨ ନମ୍ବର ଶିବିରକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଆତଙ୍କବାଦୀଙ୍କ ସଂସ୍ପର୍ଶରେ ୨ ଜଣ ଯବାନ ଆସି ଯାଇଥିଲେ। ଆକ୍ରମଣ ପରେ ଯବାନମାନେ ଘେରି ଆତଙ୍କବାଦୀଙ୍କୁ ଘେରିଛନ୍ତି। ଏହା ପୂର୍ବରୁ ଯବାନମାନେ ଅନନ୍ତନାଗ ଏବଂ ବାରାମୂଳାରେ ୬ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ।



