ଜମ୍ମୁ ଓ କଶ୍ମୀରରେ: ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ

Spread the love

ନୂଆଦିଲ୍ଲୀ: ଗୁରୁବାର ସକାଳୁ ନିରାପତ୍ତା ବଳ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ତିନିଟି ଏନ୍‌କାଉଣ୍ଟର୍‌ ଆରମ୍ଭ କରିଛନ୍ତି।

ପ୍ରଥମ ଏନ୍‌କାଉଣ୍ଟର୍‌ରେ ନିରାପତ୍ତା ବଳ ଶ୍ରୀନଗରର ଉପନଗରୀ ନୂର୍‌ବାଗ ଠାରେ ଆତଙ୍କବାଦୀଙ୍କୁ ମୁକାବିଲା କରୁଛନ୍ତି। ପ୍ରଥମେ ମିଳିଥିବା ଖବର ଅନୁସାରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଘେରାଉ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ସମର୍ଥ ହୋଇଛି। ଅନ୍ୟ ଜଣେ ଗୁଳିବିନିମୟରେ ନିହତ ହୋଇଛି।

ଦ୍ୱିତୀୟ ଏନ୍‌କାଉଣ୍ଟର୍‌ ଚାଲିଛି କଶ୍ମୀର ଡିଭିଜନ୍‌ର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଦୂରୁ ଶାହାବାଦ ଠାରେ। ନିରାପତ୍ତା ବଳ ଅସିଫ୍‌ ମଲିକ ନାମ୍ନା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ଗୁଳି ଚାଳନା ବନ୍ଦ କରାଯାଇ ତଲାସ ଅଭିଯାନ ଆରମ୍ଭ କରାଯାଇଛି।

ତୃତୀୟ ଏନ୍‌କାଉଣ୍ଟର୍‌ ଚାଲିଛି ବଡ୍‌ଗାମ ଜିଲ୍ଲା ଅନ୍ତର୍ଗତ ଚଦୂରା ସହର ପାନ୍‌ଜାନ୍‌ ଅଞ୍ଚଳରେ। ଗାଁରେ ଛପିଥିବା ଆତଙ୍କବାଦୀମାନଙ୍କ ସହ ନିରାପତ୍ତା ବଳ ଗୁଳିବିନିମୟରେ ବ୍ୟସ୍ତ ଥିବାକଥା ଅଧିକାରୀମାନେ କହିଛନ୍ତି। ଏ ପର୍ଯ୍ୟନ୍ତ ସେଠାରୁ କେହି ମୃତାହତ ହୋଇଥିବା ଖବର ଆସିନାହିଁ।

ନିରାପତ୍ତା ପଦକ୍ଷେପ ସ୍ୱରୂପ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିଛନ୍ତି।

Related Posts

About The Author

Add Comment