ଜମି ପଟ୍ଟା ପ୍ରଦାନ ଘଟଣାରେ ରାଜସ୍ବ ନିରୀକ୍ଷକ ଏବଂ କିରାଣୀ ନିଳମ୍ବିତ

Spread the love

ମାଲକାନଗିରି, ୨୩/୦୧/୨୧ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଜମିପଟ୍ଟା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଜାଲିଆତି ହୋଇଥିବାର ଅଭିଯୋଗ କ୍ରମେ ଆଜି ସନ୍ଧ୍ୟାରେ କାଲିମେଳା ତହସିଲର ଆରଆଇ ଓ କିରାଣୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି। ଗତ ସେପ୍ଟେମ୍ବର ମାସରେ କାଲିମେଳା ବଜାରରେ ୧୮ ଜଣ ଲୋକଙ୍କ ଏନକ୍ରୋଚମେଣ୍ଟ ଜାଗାକୁ ଜାଲିଆତି କରି ପଟ୍ଟା ପ୍ରଦାନ କରାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଦନ୍ତ ଓ ଖୋଳତାଡ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଆଜି ଜିଲ୍ଲାପାଳ କାଲିମେଳା ତହସିଲର ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଏନକ୍ରୋଚମେଣ୍ଟ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ନିଳମ୍ବିତ କରିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଏ ସମ୍ପର୍କରେ ଆମେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ପିଚାରିବାରୁ ସେ କହିଥିଲେ ଦୁଇଜଣଙ୍କୁ ନିଲମ୍ବନ କରା ଯିବା ଖବର ଆମ ନିକଟରେ ନାହିଁ।

Related Posts

About The Author

Add Comment