ଯାଜପୁର, ୨୪/୦୮/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲ ପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତରେ ଜମିବାଡ଼ିକୁ କେନ୍ଦ୍ରକରି ଚାରିଜଣ ଆହତ ହୋଇଥିବା ବେଳେ ଏନେଇ ବ୍ରହ୍ମବରଦା ଫାଣ୍ଡିରେ ଉଭୟଙ୍କ ପକ୍ଷରେୁ ଏତଲା କରାଯାଇଛି । ଘଟଣାରୁ ପ୍ରକାଶ ଯେ ଏହି ବ୍ଲକ ଅନ୍ତର୍ଗତ, ବନ୍ଧଡ଼ିହ ପଞ୍ଚାୟତ ଭଗବତୀପୁର ଗ୍ରାମର ଯୁଦ୍ଧିଷ୍ଟିର ସାମଲ, ପିତା- ଆଦିକନ୍ଦ ସାମାଲ, ଗୋପିନାଥ ସାମଲ ଦୁଇ ପରିବାରଙ୍କ ମଧ୍ୟରେ ଘରବାଡ଼ିକୁ ନେଇ ଦିର୍ଘଦିନ ହେଲା ବିବାଦ ଲାଗି ରହିଥିବା ବେଳେ, ଗତକାଲି କିଛି ଘଟଣାକୁ ନେଇ ଏହି ଦୁଇ ପରିବାରଙ୍କ ମଧ୍ୟରେ ବଚସା ହେବାରୁ ଏହା ଉଗ୍ରରୁପ ଧାରଣ କରି ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଯୁଦ୍ଧିଷ୍ଟିର ସାମଲ(୮୫) ଡାକନାମ ବାବାଜି ସାମଲ ଏବଂ ତାଙ୍କ ପନ୍ନୀ ଉଲ୍ଲା ସାମଲ ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟପରିବାର ଗୋପିନାଥ ସାମଲ ପିତା କାର୍ତ୍ତିକ ସାମଲ ଗୋପିନାଥ ଟେକାମାଡ଼ରେ ଅହତ ହୋଇଥିବା ବେଳେ ତାଙ୍କ ଝୀଅ ଜୟନ୍ତୀ ସାମଲଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ବେଳେ, ଜୟନ୍ତୀ ମୁଣ୍ଡ ଓ ଆଖିପତାରେ ଆଘାତ ଲାଗିଥିଲା । ସେହିପରି ଗୋପିନାଥ ସାମଲଙ୍କ ପୁଅ ପ୍ରଫୁଲ ସାମଲ(ବାବୁଲି) ତାଙ୍କ ସ୍ତ୍ରୀ ନିର୍ମଳା ସାମଲ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିବା ପରେ ଦ୍ୱିତୀୟ ପକ୍ଷ ଯୁଦ୍ଧିଷ୍ଠିର ସାମଲଙ୍କ ପକ୍ଷରୁ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ବ୍ରହ୍ମବରଦା ଫାଣ୍ଡିର ଏସଆଇ ସନ୍ତୋଷ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ସାଖି ମାନଙ୍କ ବୟାନକୁ ଭିତ୍ତିକରି ଉଭୟ ପରିବାର ତଦନ୍ତ ଅଧିକାରି ଶ୍ରୀ ସେଠୀ ଧର୍ମଶାଳା ମେଡ଼ିକାଲକୁ ଚିକିସôାପାଇଁ ପଠାଇଥିଲେ, ଏଠାରେ ସୁଚନା ଯୋଗ୍ୟ ଯେ ଗୋପିନାଥ ସାମଲ(୯୦) ଯୁଦ୍ଧୀଷ୍ଟିର ସାମଲଙ୍କ ମାମୁଁ ହୋଇଥିବାବେଳେ ଯୁଦ୍ଧିଷ୍ଟିର ସାମଲ ଗୋପିନାଥ ସାମଲଙ୍କ ଭଣଜା ଅଟନ୍ତି, ଏହି ଜାଗାରେ ଦିର୍ଘଦିନ ହେଲା ବିବାଦ ଲାଗିଥିବା ବେଳେ, ପୁର୍ବରୁ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । ବ୍ରହ୍ମବରଦା ପୋଲିସ୍ ପକ୍ଷରୁ ଭଦ୍ରଲୋକମାନଙ୍କ ମାଧ୍ୟମରେ ସମାଧାନ କରାଯାଇଥିଲା । ବ୍ରହ୍ମବରଦା ପୋଲିସ ଧର୍ମଶାଳା ଥାନାରେ କେଶ୍ ନଂ-୪୩୭ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ରିପୋର୍ଟ ଲେଖାହେଲାବେଳକୁ ଉଭୟପରିବାର ସଦସ୍ୟଙ୍କୁ ଗିରଫ କରାଯାଇନଥିବା ଜଣାଯାଇଛି । ବ୍ରହ୍ମବରଦା ପୋଲିସ ଉଭୟ ପରିବାରଙ୍କ ନିକଟରୁ ଦୁଇଟି ବାଡ଼ି ଜବତ କରିବାଥିବା ଜଣାଯାଇଚି ।
ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ୪ ଆହତ
|
August 24, 2021 |
