ଜମିଜମା ବିବାଦକୁ ନେଇ ତେଣ୍ଟାମାଡ, ୨ ଗୁରୁତର

Spread the love

ଭଦ୍ରକ ୧୯/୦୭ (ସନ୍ଧାନ ନ୍ୟୁଜ୍)-: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହି ଥାନା କାଶିପୁର ଗ୍ରାମରେ ଜମିଜମାକୁ କେନ୍ଦ୍ର କରି ମାଡପିଟ୍ । ରବିବାର ଭୋର ଦୁଇ ପକ୍ଷ ଗଣ୍ଡଗୋଳ ଲାଗିବା ସହିତ ତେଣ୍ଟା ମାଡ ହୋଇଥିବା ଦେଖିବାକୁ ମିଳିଛି। ଏହି ତେଣ୍ଟା ମାଡରେ ୨ ଜଣ ଗୁରୁତର ହୋଇଛନ୍ତି ।ଆହତ ଦ୍ୱୟ ହେଲେ ଲକ୍ଷ୍ମୀଧର ଜେନାଙ୍କ ପୁଅ ସମୀର ଓ ରାଜେନ୍ଦ୍ର ବେହେରାଙ୍କ ପୁଅ ରଂଜନ । ସେମାନଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

ପରିବାର ଲୋକଙ୍କ କହିବା ମୁତାବକ, ସମୀରଙ୍କ ଜମିରେ ପାଖ ପୋଡଶୀ ଶଙ୍କର୍ଷଣ ରାଉଳଙ୍କ ପରିବାର ଲୋକେ ମାଟି ପକାଉଥିଲେ। ରବିବାର ଭୋର ସୟୟରେ ସମୀର ଉକ୍ତ ସ୍ଥାନରେ ପହଁଚି କାହିଁକି ମାଟି ପକାଉଛ ପଚାରିବାରୁ ରାଉଳ ପରିବାର ଅତର୍କିତ ଆକ୍ରମଣ କରିତିଲେ । ଏହା ସହିତ ସମୀରଙ୍କ ଜଂଘରେ ଏକ ତେଣ୍ଟା ଭୁଷିଦେଇଥିଲେ। ଏହି ଘଟଣାଦେଖି ରଂଜନ ଗଣ୍ଡଗୋଳ କାବୁ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଛାତିରେ ମଧ୍ୟ ତେଣ୍ଟା ଓ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ଲୋକେ ଆସିବାରୁ ରାଉଳ ପରିବାର ପଳାଇଯାଇଥିଲେ।

ପରେ ଦୁଇ ଗୁରୁତରଙ୍କୁ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ତା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରା‌ଯାଇଛି। ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ କରାଯାଇନଥିବା ସମୀର ପରିବାର ଲୋକେ କହିଛନ୍ତି।

Related Posts

About The Author

Add Comment