ଯାଜପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର ସଦର ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆଜି ଏକ ଜନ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ବ୍ୟାବସାୟିକ ପ୍ରତିନିଧିମାନେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କୁ ଭେଟି ଦୃଷ୍ଟି ଗୋଚରକୁ ଆଣିଥିଲେ । ଓଡିଶାର ବିଭିନ୍ନ ଜିଲ୍ଲାରେ ଅଣ ବ୍ୟାଙ୍କ୍ ପଞ୍ଚାୟତରେ ଦୀର୍ଘ ୧୦ ରୁ ୧୨ ବର୍ଷ ଧରି ନିରନ୍ତର ସେବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଅଧିନରେ ଥିବା ବ୍ୟାବସାୟିକ ପ୍ରତିନିଧିମାନେ ଯୋଗାଇ ଆସୁଛନ୍ତି । ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ଦରଦାମ୍ ଜେପରି ହୁ ହୁ ବଢିବାରେ ଲାଗିଛି ସେହି ତୁଳନାରେ ସେମାନଙ୍କ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଯେପରି କି ଏକ ଦିନ ମଜୁରୀଆ ଠାରୁ କମ୍ ପାରିଶ୍ରମିକରେ ନିଜ ଜୀବନକୁ ଉତ୍ସର୍ଗ କରି ସେବା ଯୋଗାଇ ଆସୁଛନ୍ତି । ସରକାରଙ୍କ ନିୟମ ଅନୁସାରେ ଏକ ପଞ୍ଚାୟତ ଏକ ବ୍ୟାବସାୟିକ ପ୍ରତିନିଧି ଥିବା ବେଳେ କେମିତି WSHG ନିଯୁକ୍ତି ଦେଉଛନ୍ତି ଯାହା ଫଳରେ ଆଗରୁ କାର୍ଯ୍ୟ କରିଆସୁଥିବା ବ୍ୟାବସାୟିକ ପ୍ରତିନିଧି ଉପରେ ଶକ୍ତ ଆଘାତ ଲାଗିଛି । ଏହାକୁ ଦୂରିଭୁତ କରିବାକୁ ହେଲେ ପ୍ରତ୍ୟେକ ପଞ୍ଚାୟତରେ ଆଗରୁ ନିୟୋଜିତ ଥିବା ବ୍ୟାବସାୟିକ ପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦେବା ସହ ପ୍ରତି ପଞ୍ଚାୟତରେ ଆସାବା ପତ୍ର ଯୋଗାଇ ଦେବା ସହ ସୁବିଧା କରାଯାଉ ବୋଲି ମହୋଦୟଙ୍କ ଦୃଷ୍ଟି କୁ ଆଣିଥିଲେ । ଉପଜିଲ୍ଲାପାଳ ମହୋଦୟଙ୍କ ଦୃଷ୍ଟିକୁ ଆଣିବା ସହ ସମସ୍ୟା ଉପରେ ଆଲୋଚ୍ୟ ବିମର୍ଶ କରିଥିଲେ । @sandhannews
ଜନ ଶୁଣାଣି ଶିବିରରେ ସାମିଲ୍ ହେଲେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ବ୍ୟାବସାୟିକ ପ୍ରତିନିଧି
|
October 10, 2022 |