ଜନ୍ମଭୂମିର ସଂମ୍ପାଦକ ପରପାରିକୁ ଚାଲିଗଲେ

Spread the love

ଯାଜପୁର ସଦର,୧୩ା୧୨ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଗ୍ରାମର ବରିଷ୍ଠ ପ୍ରଶାସନିକ ଅବସରପ୍ରାପ୍ତ ଅଧିକାରୀ ସରକାରଙ୍କ ପ୍ରଶାସନର ଅଧିକାରୀ ଭାବେ କାର୍ଯ୍ୟକରି ଅବସର ନେବାପରେ ଦୈନିକ ସମ୍ବାଦପତ୍ର ଜନ୍ମଭୂମିର ପ୍ରତିଷ୍ଠାତା ଭିକାରୀ ଚରଣ ବିଶ୍ୱାଳଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା କେଳିଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ବିଶ୍ୱାଳ ଜଣେ ସୁଲେଖକ ଜନ୍ମଭୁମୀର ସମ୍ପାଦକ ପ୍ରଶାସନିକ ଅଧିକାରୀ ଭାବେ ବେଶ ପରିଚିତ ଥିଲେ । ଶ୍ରୀ ବିଶ୍ୱାଳ ଅସୁସ୍ଥ ଥିବାରୁ ୭୮ ବର୍ଷ ବୟଷରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଚିକିତ୍ସା ପାଇଁ ଭୂବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ, ଗତକାଲି ଶୁକ୍ରବାର ତାଙ୍କ ମର ଶରୀର ବ୍ରହ୍ମବରଦା ଗ୍ରାମରେ ପହଁଞ୍ôଚବା କ୍ଷଣି ହଜାର ହଜାର ଲୋକ ତାଙ୍କ ବାସଭବନରେ ପହଁଞ୍ôଚ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିରାଟ ଶୋଭଯାତ୍ରାରେ ତାଙ୍କ ମରଶରିରକୁ ଗ୍ରାମ ପରିକ୍ରକା କରାଯାଇ ସ୍ୱର୍ଗଦ୍ୱାରକୁ ତାଙ୍କ ଶୁଭେତ୍ସୁ ଶ୍ରୀ ବିଶ୍ୱାଳଙ୍କ ମରଶରୀରରକୁ ଜଗନ୍ନାଥ ଧାମ ପୁରୀ ସ୍ୱର୍ଗଦ୍ୱାରକୁ ବିଭିନ୍ନ ଅନୁଷ୍ଠାନରେ ତାଙ୍କର ସେବା ବହୁ ଅତୁଳନିୟ ବୋଲି ତାଙ୍କ ଶୁଭେତ୍ସୁ ମାନେ ମତ ପ୍ରକାଶ କରିଥିଲେ । ବ୍ରହ୍ମବରଦା ମହାବିଦ୍ୟାଳୟ ଇଲେକ୍ଟ୍ରିକ ସବଷ୍ଟେସନ ସ୍ଥାପନ କ୍ଷେତ୍ରରେ ତାଙ୍କର ବହୁ ଅବଦାନ ରିହିଥିଲା । ଏକାଧାରରେ ଜଣେ ସାହିତ୍ୟିକ ଗାଳ୍ପିକ ଲେଖକ ଭାବରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ପୂର୍ବତନ ବିଧାୟୀକା ସୁନନ୍ଦା ଦାସ ଏବଂ ବିଜେପି ନେତା ଦେବେନ୍ଦ୍ର ଦାସ, ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ, ଜିଲ୍ଲାପରିଷଦ ଭାରତୀ ବିଶ୍ୱାଳ, ଯାଜପୁର ସାଂସଦ ରବିନାରାୟଣ ବେହେରା ଓ ବହୁ ବିଶିଷ୍ଠ ନାଗରିକ ଶ୍ରୀ ବିଶ୍ୱାଳଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବାସ ହିତ ତାଙ୍କ ଆତ୍ମାର ସଦ୍ଗତି ହେଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତାଙ୍କ ପୁଅ ସତ୍ୟବ୍ରତ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ ।

Related Posts

About The Author

Add Comment