ଜନ୍ମପୀଠ ଆଗରପଡାରେ ମହତାବ ଜୟନ୍ତୀ ଡ଼ଃ ମହତାବ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ:ମଂତ୍ରୀ

Spread the love

ବନ୍ତ, ୨୩/୧୧ (ସନ୍ଧାନ ନିଉଜ) : ଜନ୍ମପୀଠ ଆଗରପଡାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ନବଉତ୍କଳର ନିର୍ମାତା ଡ଼ ହରେକୃଷ୍ଣ ମହତାବଙ୍କ ୧୨୦ ତମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ସେଦିନ ପ୍ରତ୍ୟୁଷରେ ଡ଼ ମହତାବଙ୍କ ସମାଧି ପୀଠ ଓ ପ୍ରତିମୂର୍ତ୍ତୀରେ ବହୁବିଶିଷ୍ଠ ବ୍ୟକ୍ତି ,ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବ ଆଦି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମହତାବ ୟୁଥ କ୍ଲବ ପକ୍ଷରୁ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଆୟୋଜିତ ସଭାରେ ସୂଚନା, ବୈଷୟିକ,କ୍ରୀଡ଼ା ଓ ଯୁବ ବ୍ୟାବାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ସେଏକାଧାରରେ ଜଣେ ବିଚକ୍ଷଣ ରାଷ୍ଟ୍ରନାୟକ,ଐତିହାସିକ,ସାମ୍ବାଦିକ ଓ ପ୍ରଖ୍ୟାତ ସାହିତ୍ୟିକ ଥିଲେ ବୋଲି କହିଥିଲେ । କ୍ଲବ ସଦସ୍ୟ ସତ୍ୟସାଧନ ବେଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ,ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଇଂ ପ୍ରାୟସକାନ୍ତି ସମାଲ, ଲୋକଶକ୍ତିର ସମ୍ପାଦକ ତଥା ବିଶିଷ୍ଠ ସମାଜସେବୀ ରବିନ୍ଦ୍ର କୁମାର ରାୟ ଅତିଥି ଭାବେ ଯୋଗଦେଇଥିଲେ । ହାସ୍ୟ ଅଭିନେତା ତଥା ୟୁଟୁି୍ୟବର “ନଟିଆ” ସ୍ମୃତିରଞ୍ଜନ ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ଦର୍ଶକ ମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲେ । କ୍ଲବ ସଦସ୍ୟ ପ୍ରକାଶ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସମସ୍ତ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କ୍ଳବ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

Related Posts

About The Author

Add Comment