ଜନ୍ମଦିନରେ ଶୀତବସ୍ତ୍ର, ପୋଷାକ ବଣ୍ଟନ

Spread the love

ବାରିପଦା , ୦୨/୦୧/୨୦୨୧ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା); ଅନ୍ତେବାସୀଙ୍କ ଗହଣରେ ଜନ୍ମ ଦିନପାଳନ   ଆନନ୍ଦପୁର ଆନନ୍ଦପୁର ବିଧାୟକଭାଗୀରଥ ସେଠୀ ନାତି ଭୁଦେବ ଭୁବେଶ (ତାରିଣୀ)ର ଜନ୍ମଦିନକୁ ବିଷ୍ଣୁପ୍ରିୟା ବାଳାଶ୍ରମରେ ଅନାଥ କୁନି କୁନି ପିଲାଙ୍କ ଗହଣରେ ପାଳନ କରିଛନ୍ତି। ଏହି ଅବସରରେ ବିଷ୍ଣୁପ୍ରିୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆଶ୍ରମର କୁନିକୁନି ପିଲାମାନଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ ହୋଇଥିଲା । ପରେ ବିଷ୍ଣୁ ପ୍ରିୟାଜରାନିବାସର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ଓ ପୋଷାକ ବଣ୍ଟାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ଓଝା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପର୍ଶୁ ରାମ, ଆଇନଜୀବୀ ବାଇଧର ପେଡ଼ା, ବ୍ଲକ୍ ଅଧ୍ୟକ୍ଷା ସୁଲତା ସେଠୀ, ବରିଷ୍ଠ ବିଜେଡି ନେତା ବିଶ୍ୱାଳ, ସାଂସଦ ପ୍ରତିନିଧ ଶାନ୍ତନୁ ପିତାମ୍ବର ପାଢ଼ୀ, ମାର୍କଣ୍ଠ ଚରଣ ମାର୍କଣ୍ଠ ଚରଣ ସେଠୀ, ସରପଞ୍ଚ ଅନୁସୂୟା ସେଠୀ,ଅମରେନ୍ଦ୍ର ଧଳ, ଶ୍ରୀଧର ବେହେରା,ରବୀନ୍ଦ୍ର ସାହୁ, ବିଜୟ ରାଉତ,ରବୀନ୍ଦ୍ର ସାମଲ, ରବୀନ୍ଦ୍ର ନାୟକ,ବୀରେନ୍ଦ୍ର ବିଶ୍ୱାଳ, ବୈଦନାଥ ସାମଲ, ଶଶାଙ୍କ ପୁହାଣ, ପ୍ରଶାନ୍ତ ରାଉତ,ଯୋଗେନ୍ଦ୍ର ବେହେରା, ବୃକ୍ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ସୁଧାକର ଓଝା,ଶତ୍ରୁଘ୍ନ ପାତ୍ର, ବୁଦ୍ଧଦେବ ଜେନା,ଭୀମସେନ ପେଇ, ଦୁଃଶାସନ ସାହୁ, କିତରୁ ସେଠୀଙ୍କ ସମେତ ବହୁ କର୍ମୀ ଓ ବିଧାୟକଙ୍କ ପରିବାର ଲୋକ ଯୋଗ ଦେଇଥିଲେ ।ଧବଳେଶ୍ୱର ପଟ୍ଟନାୟକ, ଚିନ୍ମୟ ନାୟକ, ଚିତ୍ତରଞ୍ଜନପାତୁ,ଗୌରାଙ୍ଗ ରଣା, ବିଜୟ ମଲ୍ଲିକ,ପ୍ରଦୀପ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

About The Author

Add Comment