ଜନତା କର୍ଫ୍ୟୁରେ ଭାଗନେବେ ବ୍ୟବସାୟୀ,  ଓଡ଼ିଶାରେ ବନ୍ଦ ରହିବ ୨୦ ଲକ୍ଷ ଦୋକାନ!

Spread the love
ଭୁବନେଶ୍ୱର, ୨୧/୦୩ (ସନ୍ଧାନ ନିୟୁଜ/ମାନସ ରାଉତ)  ରବିବାର ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆଗେଇ ଆସିଛି । ୨୨ ତାରିଖରେ ଦେଶର ୭ କୋଟି ବ୍ୟବସାୟୀ ସେମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବେ ବୋଲି ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି । ସବୁ ରାଜ୍ୟର ବ୍ୟବସାୟୀ ସଂଘ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଦେଶବ୍ୟାପୀ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ୪୦ କୋଟି କର୍ମଚାରୀ ଘରେ ରହିବେ ।

Related Posts

About The Author

Add Comment