ଯାଜପୁର ସଦର ୫/୨ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତର ଜନକ ଗ୍ରାମର ଜନକ ନୋଡ଼ାଲ ଉପ୍ରା ବିଦ୍ୟାଳୟର ପୋଷାକ ବିତରଣ ଓ ବାର୍ଷିକ ଉତ୍ସବ ତା ୨୬/୦୧/୨୦୨୦ ରିଖ ରବିବାର ଦିନ ଉଜ୍ଜାପିତ ହୋଇଯାଇଚି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମନେ ଯଥା, ଶାନ୍ତୀଲତା ନାୟକ, ଶୁକାନ୍ତୀ ରାଉତ, ପ୍ରମିଳା ସାହୁ, ଅରୁନେ୍ଧାତୀ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ଚିନ୍ମୟୀ ବେହେରା, ଯୁଧିଷ୍ଟିର ଖୁଣ୍ଟିଆ ଓ କି୍ରଡ଼ା ଶିକ୍ଷକ ଶୁଭେନ୍ଦ୍ର ମୋହନ ଜେନାସାମନ୍ତ ଯୋଗଦାନ କରିଥିଲେ । ଏମାନଙ୍କ ତତ୍ୱାବଧାନରେ ପ୍ରଭତଫେରୀ ଏବଂ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ମଧ୍ୟ୍ୟାହ୍ନ ସମୟରେ ବିଦ୍ୟାଳୟ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ବଡ଼ଚଣା ବ୍ଲକ୍ର ଇ.ଈ.ଋ.ଙ. ଶ୍ରୀଯୁକ୍ତ ନାୟକ ସମ୍ମାନୀତ ଅତିଥି ଭାବେ ଋଙ୍ଘ. ଉଜଉଉ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ବଡ଼ବାଲିକୁଦା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗଗନ ସ୍ୱାଇଁ ଯୋଗଦେଇଥିଲେ । ଏତଦ୍ ବ୍ୟତିତ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ଝଗଉ ର ସଭାପତି ଶ୍ରୀଯୁକ୍ତ ମୁକୁନ୍ଦ ଜେନା ବର୍ତ୍ତମାନର ଉଜଉଉ ଶ୍ରୀଯୁକ୍ତ ଶ୍ରୀନନ୍ଦନ ସାମଲ ଝଗଉ ସଭ୍ୟ ସଭ୍ୟା ବୃନ୍ଦ ଗ୍ରାମର ଆବାଳ ବୃଦ୍ଧ ବନିତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ବଡ଼ଚଣା ବ୍ଲକର ଇ.ଈ.ଋ.ଙ. ଶ୍ରୀଯୁକ୍ତ ବିଜୟ ନାୟକ ଏବଂ ଋଙ୍ଘ. ଉଜଉଉ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ମୋଟ୍ ୨୩୨ ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ଦୁଇହଳ ଡ୍ରେସ୍ ଏବଂ ଏକ ହଳ ଜୋତା ପ୍ରଦାନ କରିଥିଲେ । ବିଭିନ୍ନ ଶୈକ୍ଷୀକ ଏବଂ ସହ ଶୈକ୍ଷୀକ କାର୍ଯ୍ୟର ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶ୍ରୀଯୁକ୍ତ ଯୁଧିଷ୍ଟିର ଖୁଣ୍ଟିଆ ଓ ଶୁଭେନ୍ଦ୍ର ମୋହନ ଜେନାସାମନ୍ତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗ୍ଲୋବାଲ୍ ୱାରମିଙ୍ଗ ସମ୍ବନ୍ଧରେ ଏକ କ୍ଷୁଦ୍ର ନାଟକ ପରିବେଶଣ କରାଯାଇଥିଲା । ତତ୍ପରେ ବିଦ୍ୟାଳୟ ତରଫରୁ ଶ୍ରୀମତୀ ଶାନ୍ତୀଲତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭାର ପରିସମାପ୍ତି ଘଟିଥିଲା ।
ଜନକ ନୋଡ଼ାଲ ଉପ୍ରା ବିଦ୍ୟାଳୟର ପୋଷାକ ବିତରଣ ଓ ବାର୍ଷିକ ଉତ୍ସବ
|
February 5, 2020 |