ଜନକ ନଦୀବନ୍ଧ ପିଚୁ ଉପରେ ରିପାରିଙ୍ଗ କରାଗଲା

Spread the love

ଯାଜପୁର ସଦର,୮/୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତ ନିକଟସ୍ଥ ଜନକ ନଦୀବନ୍ଧ ପିଚୁରାସ୍ତା ଅତ୍ୟନ୍ତ ଖରାପ ହୋଇ ପଡ଼ିଥିବା ବେଳେ, ଏହି ରାସ୍ତାକୁ ପିଚୁ ପ୍ୟାଚ୍ କରାଯାଉଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼ବାଲିକୁଦା କେଲୁଅ ନଦୀବନ୍ଧ ରାସ୍ତା ଉପରେ ଗାତ ହୋଇଯାଇଥିବା ବେଳେ, ଏହାକୁ ପିଚୁ ପ୍ୟାଚ୍ କରାଯାଉଥିବା ଆମପ୍ରତିନିଧି ଦେଖିବାକୁ ପାଇଥିଲେ । ଏହି ରାସ୍ତାର ବିଭିନ୍ନ ରାସ୍ତାରେ କଙ୍କି୍ରଟ୍ ଉଭୟ ପାଶ୍ୱର୍ ଭାଙ୍ଗିଯିବାରୁ ବିଭିନ୍ନ ସମୟରେ ଦୃର୍ଘଟଣା ମାନ ଘଟୁଚି ଯାହାକି ଏହି ରାସ୍ତା ଦେଇ ତାଳୁଆଠାରୁ ଆସିଥିବା ଜନକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ରାସ୍ତା ଉପରୁ ମେଣ୍ଟାଲ ବାହାରି ଯାଇଥିବା ଦେଖିବାକୁ ମିଳିଚି । ଠିକାଦାର ଏହି ରାସ୍ତା ପିଚୁ ପ୍ୟାଚ୍ କରୁଥିବା ଦେଖିବାକୁ ମିଳିଚ । ଏହି ରାସ୍ତା ଅତ୍ୟନ୍ତ ଖରାପ ହୋଇ ପଡ଼ିଥିବାରୁ ଯୁଦ୍ଧ କାଳିନ ଭିତ୍ତିରେ ପିଚୁ କରାଯାଉଥିବାରୁ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଚି । ଏହି ନଦୀବନ୍ଧ ରାସ୍ତା ଜାରକା ଜଳସେଚନ ଡିଭିଜନ ଅଧିନରେ ଥିବା ଉଭୟ ପାଶ୍ୱର୍ ଚଉଡ଼ା କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ।

Related Posts

About The Author

Add Comment