ଜନକ ଠାରୁ ହଳଧରପୁର ପର୍ଯ୍ୟନ୍ତ ରାସ୍ତାକୁ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କଲେ

Spread the love

ଯାଜପୁର, ୨୨/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଜନକ ଠାରୁ ହଳଧରପୁର ରାସ୍ତାକୁ ସଂଯୋଗ ହୋଇଥିବା କେଲୁଅ ନଦୀବନ୍ଧର ୫ କିଲୋମିଟର ପର୍ଯ୍ୟନ୍ତ ସୁଦୃଢ଼ କରାଯିବା ପାଇଁ ଆଜି ଜନକ ଠାରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ରାଜ୍ୟ ସରକାରଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନହିତକର କାର୍ଯ୍ୟକୁ ଜନକ ଠାରୁ ହଳଧରପୁର ପର୍ଯ୍ୟନ୍ତ ନଦୀବନ୍ଧର ଭିତ୍ତିପ୍ରସ୍ତର ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ପୁର୍ତ୍ତବିଭାଗ ନର୍ବାହ ଯନ୍ତ୍ରୀ ଯୋଗଦାନ କରି ଭିତ୍ତିପ୍ରସ୍ତର ମୁଖ୍ୟବକ୍ତା ଭାବେ ଯୋଗଦେଇ କଳସ ପୂଜା କରିବା ସହିତ ପଣ୍ଡିତ ସୁଶାନ୍ତ କୁମାର ପାଢ଼ୀ ପଞ୍ଚଉପଚାର, ଷୋଡ଼ଶ ଉପଚାରରେ ଗଣପତିଙ୍କୁ ପୂଜା କରାଯାଇ ନିର୍ବାହ ଯନ୍ତ୍ରୀ ବଟୁ ଧାରଣ କରିଥିଲେ । ହୁଳୁହୁଳି ଶଙ୍ଖ ଶବ୍ଦରେ ଜନକ ବ୍ରୀଜ ଠାରୁ କର୍ମିମାନେ ଶ୍ରୀ ଶତପଥିଙ୍କୁ ପାଛୋଟି ନେଇଥିଲେ । ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦାନ କରି ଭିତ୍ତି ପ୍ରସ୍ତରର ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ନଦୀବନ୍ଧ ରାସ୍ତା ୫କିଲୋ ମିଟର ପର୍ଯ୍ୟନ୍ତ ପକ୍କା କରାଯିବା ପାଇଁ ୬କୋଟି ୭୮ଲକ୍ଷ ୧୩ହଜାର ୨ଶହ ୩୩ଟଙ୍କା ବ୍ୟୟ ଅଟକଳରେ ରାଜ୍ୟସରକାରଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯିବା ପାଇଁ ଶ୍ରୀ ଶତପଥି ଉଦ୍ଘାଟନ କରିବା ସହିତ ବଡ଼ବାଲିକୁଦା ପଞ୍ଚାୟତର ସରପଂଚ ଗଗନ ବିହାରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ସମ୍ମାନୀୟ ଅତିଥି ଭାବେ ବଡ଼ଚଣା ବ୍ଲକ୍ର ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ ଯୋଗଦେଇଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଯୋଗଦେଇଥିଲେ । ଏହି ଅବସରରେ ଉଦ୍ଘାଟନ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ବିପିନ ବିହାରୀ ଜେନା ଯୋଗଦେଇଥିଲେ । ତୁଷାରକାନ୍ତ ପରିଡ଼ା, ଶାରଦା ପ୍ରସନ୍ନ ମହାନ୍ତି ଏବଂ ବହୁ ବିଜେଡ଼ି କର୍ମି ଯୋଗଦେଇଥିଲେ । ଜିଲ୍ଲା ପରିଷଦ ସମସ୍ତ ଜୋନ ସଭ୍ୟ ମାନେ ଯୋଗଦାନ କରିବା ସହିତ ସମିତି ସଭ୍ୟ ବିଭିନ୍ନ ପଂଚାୟତର ସରପଂଚ ଯୋଗଦେଇଥିଲେ । ବଡ଼ବାଲିକୁଦା ପଂଚାୟତ ମହିଳା ସରପଂଚ ପ୍ରାର୍ଥିନୀ ତପସ୍ୱୀନି ସାମଲ ଯୋଗଦେଇ ବିଧାୟକଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହିତ ଉପଢ଼ୌକନ ପ୍ରଦାନ କରିଥିଲେ । ସେହି ମହିଳା ପ୍ରାର୍ଥିନୀ ତପସ୍ୱିନୀ ସାମଲଙ୍କୁ ବିଧାୟକ ଶ୍ରୀ ଶତପଥି ସ୍ୱାଗତ କରିବା ସହିତ ଶ୍ରୀମତୀ ସାମଲଙ୍କୁ ଉପଢ଼ୌକନ ପୁଷ୍ପଗୁଚ୍ଛଦେଇ ସ୍ୱାଗତ କରିଥିଲେ ।

Related Posts

About The Author

Add Comment