ଯାଜପୁର ସଦର, ୨୨/୦୫/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବୋଦୁଅ ପାଳସାହି ସେତୁକୁ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସେତୁକୁ ଶିଳାନ୍ୟାସ କରିବା ସହିତ ୭କୋଟି ୯୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀଯୁକ୍ତ ମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଯାଜପୁର ସାଂସଦ ଶ୍ରମିଷ୍ଠା ସେଠୀ ବିଧାୟୀକା ସୁନନ୍ଦା ଦାସ ଯୋଗଦେଇଥିବା ବେଳେ, ଦିର୍ଘଦିନରୁ ଏଠାରେ ଏକ ସେତୁ କରାଯିବା ପାଇଁ ଦାବୀ ହୋଇ ଆସୁଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ୭କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଗଲେ । ଏହି ସେତୁଟି ନିର୍ମାଣ କରାଗଲେ ବରୀ ବ୍ଲକ ବୋଦୁଅ ଭଁଅରା, ମଧୁସୁଦନପୁର, ଅଙ୍ଗାଳ, ଯାଜପୁର ବ୍ଲକ ଛତିଶଦେବିଲ ଏହି ଅଞ୍ଚଳର ଲୋକମାନେ ଉପକୃତ ହୋଇ ପାରିବେ ବୋଲି ଜଣାଯାଇଚି । ବିଭାଗୀୟ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କ ସହିତ ଅର୍ଚ୍ଚନା ମଲିକ, କେଦାର ସାମଲ, ଅଶୋକ ସାମଲ ଯୋଗଦାନ କରିଥିଲେ ।
ଜଣ ସମ୍ପଦ ମନ୍ତ୍ରୀ ବୋଦୁଅ ପାଳସାହି ସେତୁ ଶିଳାନ୍ୟାସ କଲେ
|
May 22, 2022 |