କୁରୁମକେଲ, ୧୫/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ତଲସରା ନିର୍ବାଚନ ମଣ୍ଡଳୀର କୁରୁମକେଲ ପଞ୍ଚାୟତର ପାଇକ ବାହାଲ ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପାଇକବାହାଲ ଗ୍ରାମବସି ଜଙ୍ଗଲ ପଡାର ରାସ୍ତାକୁ ଅବରୋଧ କରିଥିବା ଜନୈକ ବ୍ୟକ୍ତିଙ୍କୁ ଅନେକାଂଶରେ ବୁଝାଇ ପୋଲିସ ସମ୍ମୁଖରେ କାନ୍ଥ ଭାଙ୍ଗି ରାସ୍ତା ନିର୍ମାଣ ଆରମ୍ଭ କରିଥିଲେ । ଘଟଣା ଅନାୟତ ହେବା ଦେଖି ସଦର ଏସଡିପିଓ ଆସି ପହଞ୍ଚିଥିଲେ । ଏହି ରାସ୍ତା ଲୁହୁରାଢ଼ିପା ରୁ ଭକ୍ର ମୁଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ବେଳେ ଜଣେ ଗ୍ରାମର ବ୍ୟକ୍ତି ରାସ୍ତା ଅବରୋଧ କରି ନିଜ ଅକ୍ତିଆରରେ ରଖି ଥିବାରୁ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ବଡ ରୂପ ନେଇଥିଲା ସ୍ଥିତି ଅନାୟତ ହେବାରୁ ତଲସରା ପୋଲିସ ଓ ସଦର ଏସଡିପିଓ ମଧୁସ୍ମିତା ମିଶ୍ର ଉକ୍ତ ସ୍ଥାନରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ । ସବଡେଗା ତହସିଲର କର୍ମଚାରୀ ଜମିର ମାପଯୋଖ କଲାପରେ ଉଭୟ ଗୋଷ୍ଠୀଙ୍କୁ ଉକ୍ତ ଜମିର କାଗଜପତ୍ର ଧରି ତହସିଲ ଅଫିସ ଆସିବାକୁ ଅନୁରୋଧ କରିଥିଲେ । ଉକ୍ତ ଜମିର ଆସନ୍ତା ଶୁକ୍ରବାର ଦିନ ସମ୍ପୂର୍ଣ ପ୍ରତିକାର କରାଯିବାର ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ବିଗତ ୨୦୧୨ ମସିହାରେ କେତେକ ଲୁହୁରା ସମ୍ପ୍ରଦାୟର ଲୋକଙ୍କୁ ସରକାର ତରଫରୁ ଜମି ମିଳିଥିବାବେଳେ ସମୟକ୍ରମେ ରାସ୍ତା ଅବରୋଧ କରି ଜାଗାକୁ ଜୋର ଜବରଦସ୍ତି ସରକାରୀ ଜାଗାକୁ ନିଜ ଅକ୍ତିଆରରେ ନେଇ ରଖିଥିଲେ । ଏହି ବିଷୟକୁ ଗ୍ରାମବାସୀ ବ୍ଲକ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅନେକ ସମୟ ଧରି ଏହାର ସମାଧାନ ନ ହେବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ଶତାଧିକ ମହିଳା ଓ ପୁରୁଷ ମିଶି କାନ୍ଥ ଭାଙ୍ଗି ରାସ୍ତା ତିଆରି କାମ ଆରମ୍ଭ କରିଥିଲେ ।
ଜଣେ ଦୁର୍ବୃତଙ୍କ ଅନେକ ସମୟ ଧରି ସରକାରୀ ରାସ୍ତା ଅବରୋଧ ,ବ୍ଲକ ପ୍ରଶାସନର ଅପାରଗତା
|
May 15, 2021 |