ଭୁବନେଶ୍ୱର,୭/୪ (ସନ୍ଧାନ ନିୟୁଜ) : ଜଟଣୀରେ କଂଗ୍ରେସର ମିଶ୍ରଣ ପର୍ବ । ମିଶ୍ରଣ ପର୍ବରେ କଂଗ୍ରେସରେ ମିଶିଲେ ବହୁ ନେତା ଓ କର୍ମୀ । ମିଶ୍ରଣ ପର୍ବରେ ଜଟଣୀ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ଓ କର୍ମୀ ଦଳ ଛାଡି କଂଗ୍ରେସରେ ମିଶିଛନ୍ତି । ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟଙ୍କୁ ନେଇ ବିରେ।ଧ ଜୋର ଧରିଛି । ବିଭୂତି ବଳବନ୍ତରାୟଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେ।ଇ ବିଜେଡି ଛାଡିଛନ୍ତି ଅନେକ କର୍ମୀ । ଦଳ ଛାଡି କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ହଜାର ହଜାର କର୍ମୀ । ଆଜି(ରବିବାର) ଅପରାହ୍ନ ୫ଟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଧାୟକ ପ୍ରାର୍ଥୀ ସୁର ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ କଂଗ୍ରେସ କାର୍ଯ୍ୟାଳୟରେ ବିଜେଡି ଛାଡିଥିବା ନେତାମାନେ ହାତ ଧରିଛନ୍ତି । ବିଜେଡିର ଖେ।ର୍ଦ୍ଧା ଜିଲ୍ଲା ଉପସଭାପତି ପ୍ରମେ।ଦ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ବିଜୁ ଛେ।ଟରାଏ, ଜଟଣୀ ବିଧାୟକଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ, ଏକାଧିକ କାଉନସିଲରଙ୍କ ସମେତ ହଜାର ହଜାର ବିଜେଡି କର୍ମୀ କଂଗ୍ରେସରେ ମିଶିଛନ୍ତି ।
Report- Manas Rout