ଜଙ୍ଗଲୀହାତୀ ଆକ୍ରମଣରେ ଯୁବକର ମୃତ୍ୟୁ

Spread the love

ସୁନ୍ଦରଗଡ ତା:୧୦/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) କିଛି ଦିନର ନୀରବତା ପରେ ପୁଣି ଜଙ୍ଗଲୀ ହାତୀର ଉପଦ୍ରଵ ଦେଖିବାକୁ ମିଳିଛି । ଉଜ୍ଜଳପୁର ବନଖଣ୍ଡ ଅନ୍ତର୍ଗତ ରାଏଡ଼ିହି ଗ୍ରାମର ଜଣେ ଯୁବକ ବଣୁଆ ହାତୀ ଆକ୍ରମଣର ଶିକାର ହୋଉଛନ୍ତି । ମୃତକ ଜଣକ ସନାତନ ନାଏକ (୩୦ ବର୍ଷ) ସେ କୌଣସି କାମରେ ଘରୁ ବାହାରି ସକାଳ ପାଞ୍ଚଟା ସମୟରେ ରାଏଡ଼ିହି ଅଭିମୁଖେ ଯାଉଥିବା ସମୟରେ ବଣୁଆ ହାତୀ ହାବୁଡ଼ରେ ପଡିବାରୁ ହାତୀ ତାଙ୍କୁ ଧରି କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେବାର ସୂଚନା ମିଳିଛି । ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ ପହଂଚି ଶବକୁ ନିଜ ଅକ୍ତିଆରରେ ରଖି ତାକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ଅଂଚଳରେ ନିଶାଦ୍ରବ୍ୟ ତିଆରି ଓ ବ୍ୟବହାର ବେସି ମାତ୍ରାରେ ହେଉଥିବାରୁ ହାତୀର ଉପଦ୍ରବ ଅତ୍ୟଧିକ ମାତ୍ରାରେ ବଢିଥିବାର ବନ ଅଧିକାରି ସୂଚନା ଦେଇଛନ୍ତି । ମୃତକଙ୍କ ପରିବାରଙ୍କୁ ଯାହା ସାହାଯ୍ୟ ଭିତ୍ତିରେ ହେବାକଥା ତାହା କାର୍ଯ୍ୟକ୍ରମ କରାହଉଥିବାର ସୂଚନା ଦେଇଛନ୍ତି ।

Related Posts

About The Author

Add Comment