ଜଙ୍ଗଲରୁ ନିଖୋଜ ଥିବା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

Spread the love

ବାଲିଗୁଡା,19/10. (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ଛଅ ଦିନ ଧରି ନିଖୋଜ ଥିବା ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ କାକାମାହା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡ଼ବେରି  ଗ୍ରାମର ଥବିର ସାହୁ (୫୮) ବୋଲି ଜଣାଯାଇଛି। ଗତ ୧୫ ତାରିଖ ଦିନ ଉଦ୍ଧାର ବୃଦ୍ଧ ଜଣକ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ହେଲେ ସୋମବାର ଦିନ ବୃଦ୍ଧଙ୍କ ଗଳିତ ଶବ କାକାମାହା ଜଙ୍ଗଲରେ ପଡିଥିବା ନେଇ ପୁଲିସ୍ ସୂଚନା ପାଇବା ପରେ ଦାରିଙ୍ଗବାଡ଼ି ପୁଲିସ୍ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହିତ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

Related Posts

About The Author

Add Comment