ଜଗନ୍ନାଥ ମନ୍ଦିର ନିର୍ମାଣରେ ସଦର ବିଧାୟିକା ଓ ପୂର୍ବତନ ବିଧାୟକ କଲେ ସହଯୋଗ

Spread the love

ସୁନ୍ଦରଗଡ, ୨୯/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଆଜି ସଦର ନିର୍ବାଚନ ମଣ୍ଡଳୀର  ଯୋଗୀମାଲ ପଂଚାୟତର ବିଲେଇଗଡ ଗ୍ରାମରେ  ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ  ସଦର ବିଧାୟିକା କୁସୁମ ଟେଟେ ଓ ପୂର୍ବତନ ବିଧାୟକ ଯୋଗେସ ସିଂ ଯୋଗ ଦେଇଥିଲେ । ଏହି ମନ୍ଦିର ଗର୍ଭ ଗୃହରେ ଜନସାଧାରଣ ନିଜେ ସ୍ୱଇଚ୍ଛାରେ ଧାନ, ସୁନା, ରୁପା,ଟଙ୍କା ହୃଦୟର ସହିତ ଦାନ କରିଥିଲେ । ଉକ୍ତ ମନ୍ଦିରଟି ଲୋକଙ୍କ କହିବା ଅନୁସାରେ ରାଜାଙ୍କ ଅମଳରୁ ପୂଜା ପାଉଥିବା ବେଳେ ୧୯୦୧ ମସିହା ଠାରୁ ରାଜା ସ୍ବର୍ଗତ ରଘୁନାଥ ପଟେଲ ଗୌତିଆଙ୍କୁ ସମର୍ପିତ କରିଥିଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଜଜମାନି ଭାବରେ କାର୍ଯ୍ୟ କରି ଆସୁଥିଲେ । ଉକ୍ତ ମନ୍ଦିରଟି ଏବେ ଟ୍ରଷ୍ଟ ଅଧୀନରେ ରହି ଚାଲିଅଛି । ଚତୁର୍ଦ୍ଧାମୂର୍ତ୍ତି  ଚାଲ ଛପର ଘରେ ପୂଜାପାଇ ଆସୁଥିବା ବେଳେ  ମନ୍ଦିର ତିଆରି ପାଇଁ ଅଞ୍ଚଳ ଲୋକେ କିଛି ଚାନ୍ଦା ଆଦାୟ କରୁଛନ୍ତି । ଏହି ପରିପେକ୍ଷିରେ ସଦର ବିଧାୟିକା କୁସୁମ ଟେଟେ ମନ୍ଦିର ନିର୍ମାଣ ପାଇଁ ନିଜ ଫଣ୍ଡରୁ  ଆଥିକ ସହାୟତା ପ୍ରଦାନ କରିବା ସହିତ  ଆଗକୁ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣାଇଛନ୍ତି । ଗ୍ରାମର ସୁକଦେଵ ବଢ଼େଇ ନାମକ ଜଣେ ଶିକ୍ଷକ ଏକ ଲକ୍ଷ୍ୟ ତାଙ୍କ ଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ ।

Related Posts

About The Author

Add Comment