କୋରାପୁଟ, ୨୦/୧୨/୨୦୨୧ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର ଶାଖା ଦ୍ୱାରା ଆହୂତ ଦ୍ୱାଦଶ ଇ-ପାଠଚକ୍ର ରେ ଆଜି ଏଭଳି ମତପ୍ରକାଶ ପାଇଅଛି। ସୋମବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ପ୍ରାବନ୍ଧିକ ଶ୍ରୀ ଜଳଧର ସ୍ୱାଇଁ। ସେ ନିଜ ଅଭିଭାଷଣରେ କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ତଥା ବୌଦ୍ଧ ତଥା ଜୈନ ଧର୍ମ ସହ ସଂପୃକ୍ତି, ଶୈବ ତଥା ଶାକ୍ତ ପରମ୍ପରା ସହ ଅବିଭକ୍ତ କୋରାପୁଟର ନିଦର୍ଶନ, ଶାବର ସଂସ୍କୃତିର ବେଶିଷ୍ଟ୍ୟ ସମୂହ ତଥା ସାମ୍ପ୍ରତିକ ସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନା ଉପରେ ଆଲୋକପାତ କରିଥିଲେ ।ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥା ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ସମ୍ପାଦିକା ଡ. ଝାନସୀ ସିଂହ ।ସଭା ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦ ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ଓଡିଶା ତଥା ରାଜ୍ୟବାହାରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ଲିପ୍ସିତା ବିଶ୍ୱାଳ ଏବଂ ବିବେକବାଣୀ ପାଠ କରିଥିଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପାଢି। ସଭାରେ ଏକ ନିଆରା ପ୍ରୟାସ ଋପେ କନ୍ଧ ଆଦିବାସୀ ସଂସ୍କୃତିର ଦୁଇଟି ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ରୋହିଣି ସିରିକା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ମେଡିଆ ସେଲ୍ ସଂଯୋଜକ ତଥା ଅଧ୍ୟାପକ ସରୋଜ ପ୍ରହରାଜ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।
ଜଗତୀକରଣ ପଥରେ ଆଦିବାସୀ ସଂସ୍କୃତି
|
December 20, 2021 |


