ଜଗତସିଂହପୁର, (ସନ୍ଧାନ ନିୟୁଜ୍) ରାସାନ କାର୍ଡ ହିତାଧିକାରୀ ଚୟନ କ୍ଷେତ୍ରରେ ସରକାରୀ କର୍ମଚାରୀମାନଙ୍କ ଉଦ୍ଦେଶ୍ୟ ମୂଳକ ଓ ସନ୍ଦେହ ଯୁକ୍ତ କାର୍ଯ୍ୟକଳାପ ଯୋଗୁଁ ପ୍ରକୃତ ହିତାଧିକାରୀ ରାସାନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ଅଯୋଗ୍ୟ ବ୍ୟକ୍ତି ରାସାନ କାର୍ଡ ତାଲିକାଭୁକ୍ତ ହୋଇଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ ଅନୈତିକ ଭାବେ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ, ରାସାନ କାର୍ଡରୁ ବଂଚିତ ହିତାଧିକାରୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ଥିଲେ। ମାତ୍ର ଜଗତସିଂହପୁର ଜିଲାର ଜିଲ୍ଲାପାଳ ଜାମିନି ଷଡଙ୍ଗୀ ସରକାରୀ କର୍ମଚାରୀଙ୍କ ଭୁଲକୁ ଘୋଡାଇବା ପାଇଁ, ଉକ୍ତ ଅଭିଯୋଗ ପ୍ରତି ବେଖାତିର ମନୋଭାବ ପ୍ରଦର୍ଶନ କରି କହିଲେ “ଯଦି ଆପଣମାନେ ଅଯୋଗ୍ୟ ବ୍ୟକ୍ତି ମାନଂକବ ତାଲିକା ଦେବେ ତେବେ ଆପଣମାନଙ୍କୁ ତାଲିକାଭୁକ୍ତ କରାଯିବ”।ଅର୍ଥାତ ଭୁଲ କରିବେ କର୍ମଚାରୀ ଦଣ୍ଡ ଭୋଗିବେ ସାଧାରଣ ଜନତା।

ଗତ ସେପ୍ଟେମ୍ବର 5ଓ6 ତାରିଖରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ଧୋଇ ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସମବେଦନା ଜଣାଇବାରେ ଅବହେଳା ପ୍ରଦର୍ଶନ କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ
ବ୍ଲକ ପ୍ରଶାସାନ ଓ ଜିଲ୍ଲାପାଳଙ୍କ ଏତାଦୃଶ ଜନବିରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ନିକଟ ଭବିଷ୍ୟତରେ ଗଣଧାରଣା ଦେବାପାଇଁ ନିଷ୍ପତି ନିଆ ଯାଇଛି।,