ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟର ଧୂପ କାଠି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

Spread the love

କଟକ, ୧୭/୧୦/୨୦୨୧ (ସନ୍ଧାନ ନିଉଜ) : ରବିବାର ସନ୍ଧ୍ୟାରେ କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟର ଏକ ଧୂପ କାଠି କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ମୃତାହତ ଖବର ହୋଇନାହିଁ। ସୂଚନାନୁସାରେ, ସନ୍ଧ୍ୟାରେ ଏସ୍ ଏଣ୍ଟରପ୍ରାଇଜେସରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଯାହା ମଙ୍ଗଲଦୀପ ବ୍ରାଣ୍ଡ୍ ଧୂପକାଠି ପ୍ରସ୍ତୁତ ଏବଂ ବଜାର କରିଥାଏ। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କାଠି, ସୁଗନ୍ଧିତ ତେଲ ଏବଂ ରାସାୟନିକ ପଦାର୍ଥ ସହିତ ବହୁ ପରିମାଣର କଞ୍ଚାମାଲ ଜଳିଯାଉଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲିଭା ଅପରେସନ୍ ଜାରି ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣଅ ପଡି ନଥିଲା ବେଳେ ସର୍ଟ ସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି ସନ୍ଦେହ କରାଯାଉଛି। ଏହା ବ୍ୟତୀତ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ତଦନ୍ତ କରିବେ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment