ଜଅଁପଡ଼ା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ

Spread the love

ଯାଜପୁର ସଦର,୦୯ା୦୮: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ସ୍ୱାଇଁଖଣ୍ଡ ପଂଚାୟତ ଖରିପଡ଼ିଆ ଏବଂ ଜଅଁପଡ଼ାର ଗ୍ରାମବାସୀମାନେ ଏକତ୍ରିତ ହୋଇ ବ୍ରାହ୍ମଣୀ ନଦୀରୁ ବାଲି ଉଠାକୁ ବନ୍ଦ କରାଯିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବି ଦେବା ସହିତ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରାନଗଲେ ସ୍ୱାଇଁଖଣ୍ଡ ଏବଂ ଜଅଁପଡ଼ାର ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ସ୍ୱାଇଁଖଣ୍ଡ ଏବଂ ଜଅଁପଡ଼ା ପଂଚାୟତର ଜଳମଗ୍ନରେ ରହୁଥିବା ବେଳେ, ବ୍ରାହ୍ମଣୀ ନଦୀ ବନ୍ଧରେ ପ୍ରଳୟଙ୍କରୀ ବନ୍ୟାରେ ଘାଇ ହେବାରୂ ହଜାର ହଜାର ହେକ୍ଟର ଚାଷ ଜମିରେ ବାଲି ମାଡ଼ି ଯିବାରୁ ଚାଷିଙ୍କ ମହଳରେ ଦୁଃଖର ଛାୟା ଖେଳି ଯାଇଥିଲା । ଏହି ପଂଚାୟତ ବ୍ରାହ୍ମଣୀ ନଦୀ ଅପର ପାଶ୍ୱର୍ରେ ଖରିପଡ଼ିଆ, ଜଅଁପଡ଼ା, ଗୋଳକୁଣ୍ଡ, କିମିରିଆପାଳ ପଂଚାୟତର ବାଙ୍କସାହି ପଥର ପ୍ୟାକିଙ୍ଗ କରାଯିବା ସହିତ ଏହି ଗ୍ରାମର ଚାଷୀମାନଙ୍କର ଜମି ବ୍ରାହ୍ମଣୀ ନଦୀ ଗର୍ଭରେ ଲିନ ହେବାକୁ ବସିଲାଣି । ଯାହାକି ବନ୍ୟାଜଣ ନଦୀ ମଧ୍ୟରେ ଆସିଲେ ଗ୍ରାମର ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ନ୍ତି । ଯାହାକି ବ୍ରାହ୍ମଣୀରେ ବନ୍ୟା ଆସୁଥିବା ବେଳେ, ତଳିଆ ଅଂଚରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ନ୍ତି । ବ୍ରାହ୍ମଣୀନଦୀରୁ ବାଲି ଉଠାଯିବାରୁ ଏହି ପାଖ ଅଂଚଳର ୪ଟି ୫ଟି ଗ୍ରାମ ନଦୀଜଳ ମଧ୍ୟରେ ଲିନ ହୋଇଯିବାର ସମ୍ଭାବନା ରହିଚି । ଲୋକମାନଙ୍କ ମଧ୍ୟରେ ଆଗାମୀ ଘାଇକୁ ଆଖିଆଗରେ ରଖି ଭୟଭିତ ହୋଇପଡ଼ିଥିବା ବେଳେ, ଏଠାରେ ବେଆଇନଭାବରେ ତିନ ବର୍ଷହେଲା ଜେସିବି ମେସିନ ଦ୍ୱାରା ବାଲି ଉଠାଯାଉଥିବାରୁ ହାଇୱା ଗାଡ଼ିରେ ବାଲି ଯାଉଥିବା ବେଳେ, ଦୃର୍ବଳ ନଦୀବନ୍ଧ ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ସ୍ୱାଇଁଖଣ୍ଡ ପଂଚାୟତର ସରପଂଚ କିରଣବାଳା ଜେନା ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହିତ ଲିଖିତ ଭାବରେ ଶ୍ରୀମତୀ ଜେନା ଯାଜପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment