ଛୋଟ ମୋର ଗାଁ ଟି “ର ବାଜିରାଉତ ସ୍ମରଣିକା  ପାଇଁ  ପ୍ରସ୍ତୁତି ବୈଠକ 

Spread the love
ଭୁବନ , ୨୩/୦୮/୨୫ (ସନ୍ଧାନ ନ୍ୟୁଜ)  ଅକ୍ଟୋବର ପାଞ୍ଚ ତାରିଖରେ ସହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକ ପାଳନ ନିମନ୍ତେ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୟାନୀଳକଣ୍ଠପୁର ଠାରେ ଏକ ପ୍ରସ୍ତୁତି ବୈଠକ  ଶୁକ୍ରବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରୀୟ ଗଣ ସଂଗଠନ “ଛୋଟ ମୋର ଗାଁ ଟି ” ର ସଭାପତି ଦେବବ୍ରତ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ସହୀଦ ବାଜିରାଉତଙ୍କ ପୁତୁରା କୋଦଣ୍ଡ ରାଉତ, ଶତ୍ରୁଘ୍ନ ରାଉତ, କୁଳମଣି ରାଉତ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ସହୀଦ ବାଜି ରାଉତଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶ କରିବାକୁ ସ୍ଥିର କରାଗଲା ଓ ବର୍ଷ ବ୍ୟାପି କିଭଳି ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ସର୍ବ କନିଷ୍ଠ ସହୀଦଙ୍କ ଜନ୍ମ ଶତ ବାର୍ଷିକ ପାଳନ ହେବ, ସେଥିପାଇଁ ସରକାର ଓ ପ୍ରଶାସନ କୁ ନିବେଦନ କରିବାକୁ ସ୍ଥିର କରାଗଲା । ଏହି ଅବସରରେ ଛୋଟ ମୋର ଗାଁ ଟି ସଂଗଠନ ପକ୍ଷରୁ ଦିପ୍ତିମୟ ନାୟକ, କଳ୍ପନା ସାମଲ, ଗବେଷକ ମାନସ କୁମାର ରାଉତଙ୍କ ସମେତ ସହୀଦ ପରିବାରର କୋକିଳ ରାଉତ ,କମଳୀ ରାଉତ, କନକ ରାଉତ ଓ ବସନ୍ତ ରାଉତ ଉପସ୍ଥିତ ଥିଲେ । ତୃପ୍ତି ପାଠାଗାର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ  ଧନ୍ଯବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment