ଛେପ ପକାଇଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା !

Spread the love
ଭୁବନେଶ୍ୱର ,୧୭/୦୪ (ସନ୍ଧାନ ନିଉଜ) ଛେପ ପକାଇଲେ ପଡିବ ଫାଇନ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ତଣ୍ଡ । ଭଦ୍ରକରେ ଲାଗୁ ହେଲା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଛେପ ପକାଇବା ଉପରେ ଲାଗୁ ହେଲା କଡା ନିୟମ । ଯଦି କୌଣସି ନିର୍ଦ୍ଦେଶ ପରେ ବି ବାହାରେ ଛେପ ପକାଇବେ ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜିଲ୍ଲାରେ ଲକଡାଉନ ବେଳେ ଗାଡି ବାହାରକୁ ବାହାର କରିବା ନେଇ କଡାକଡି ଯାଞ୍ଚ ଚାଲିଥିବା ବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଲ୍ଲେଖ କରାଯାଇଛି ।

Related Posts

About The Author

Add Comment