ବାରିପଦା, ୧୬/୦୫ (ସନ୍ଧାନ ନିଉଜ) : ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ। ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି। ଜଣେ କି ଦୁଇଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଟ୍ରଲି ଓ କାଠପଟାରେ ପ୍ରବାସୀ ଶ୍ରମିକ ଛୁଆକୁ ବୋହିବା ଘଟଣା ପରେ ଏବେ ଓଡ଼ିଶାରେ ସାମ୍ନାକୁ ଆସିଛି ଏହିଭଳି ଏକ ଚିତ୍ର। ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବୋହି ନେଉଛି ବାପା। ଏ ଦୃଶ୍ୟ ମୟୂରଭଞ୍ଜ ବାରିପଦାର। ଲକଡାଉନ ପରେ କାମଧନ୍ଦା ହରାଇ ଭଦ୍ରକରୁ ୧୨୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଘରକୁ ଫେରିଛନ୍ତି ଏହି ଶ୍ରମିକ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍