ବାଲିଚନ୍ଦ୍ରପୁର, (ସନ୍ଧାନ ନିୟୁଜ) ଛାୟା ଫାଉଣ୍ଡସେନ୍ ପକ୍ଷରୁ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ସ୍ଥାନୀୟ ପଲାର ବାରବାଟୀ ପଡିଆ ସାଇ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଡଃ ବିଲିକେଶ ପରବିନ୍ ରାଜଯୋଗୀନି ଭଉଣୀ ତିଳୋତମା ଉପସ୍ଥିତ ରହି ଯୋଗ ଶିକ୍ଷା ଦେବା ସହିତ ଯୋଗ ଶାରୀରୀ ଏବଂ ମନକୁ ପବିତ୍ର କରିବା ସହିତ ବ୍ୟକ୍ତିକୁ ନିରୋଗ ପ୍ରଦାନ କରିଥାଏ ବୋଲି ମତ ଦେବା ସହିତ ସର୍ବଦା ଯୋଗଭ୍ୟାସ କରିବା ଆବଶ୍ୟକ ବୋଲି ମତଦେଇଥିଲେ । ଏଥିରେ ପଲାଇ ପଂଚାୟତର ସରପଂଚ ବାସନ୍ତି ହେମ୍ଭ୍ରମ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଛାୟା ପାଉଡେସନ ସଭାପତି ଅମିତା ଦାସ, ସମ୍ପାଦିକା ଅର୍ଚ୍ଚନା ଦାସ ଅତିଥି ମାନଙ୍କୁ ସମ୍ମାନୀତ କରିଥିଲେ । ଅଶୋକ କୁମାର ସାମଲ ମଂଚ ପରିଚାଳନା କରିଥିବା ବେଳେ ଆର.କେ ପବ୍ଲିକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗ ଶିକ୍ଷାନେଇଥିଲେ । ଏହାକୁ ବିକ୍ରମ କେଶରୀ ପ୍ରଧାନ, ବୈନତେୟ ଦାସ, ସୁଶାନ୍ତ କୁମାର ପ୍ରଧାନ, ନିଶିକାନ୍ତ ମହାନ୍ତି, ମୃତୁ୍ୟଞ୍ଜୟ ଦାସ ପ୍ରମୁଖ ସାହାର୍ଯ୍ୟ ସହଯୋଗ କରିଥିବା ବେଳେ ଏଥିରେ ୨୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକମାନେ ଅଂଶ ଗ୍ରହଣ କରିଥିଲେ ।
Report- Manas Rout