ଭୁବନେଶ୍ୱର,୨୫/୧ (ସନ୍ଧାନ ନିୟୁଜ) ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଛାତ ଭୁଷୁଡିବା ଖବର ପାଇବା ପରେ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା , ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ । ଏନଡିଆରଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ ଟିମର ମିଳିତ ଉଦ୍ୟମରେ ପ୍ରାୟ ୩ ଘଂଟା ଧରି ଚାଲିଥିଲା ଉଦ୍ଧାରକାମ । ପ୍ରଥମେ ଭଂଗା ଛାତ ତଳେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ । ତେବେ ଦ୍ୱିତୀୟ ବ୍ୟକ୍ତି ଯେ କି ପୁରା ଭଂଗା ଛାତ ତଳେ ରହିଯାଇଥିଲେ ତାଙ୍କୁ ଉଦ୍ଧାର କରିବାରେ ନାକେଦମ୍ ହୋଇଥିଲେ ଉଦ୍ଧାରକାରୀ ଦଳ । ଶେଷରେ ନିଖୋଜ ବ୍ୟକ୍ତିଙ୍କୁ ରାତି ପ୍ରାୟ ୨ ଟା ସମୟରେ ସନ୍ଧାନୀ କୁକୁର ଠାବ କରିବା ପରେ ଭଂଗା ଛାତ ତଳୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଛାତ ଭୁଷୁଡିବାର କାରଣ ଖୋଜିବ ପ୍ରଶାସନ
|
January 25, 2020 |
