ଭଦ୍ରକ ୬/୩/୨୬ (ସନ୍ଧାନ ନ୍ୟୁଜ )ଭଦ୍ରକ ବ୍ଲକ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତ ର ବଳି ଦାସ ସାହି ର ସ୍ବର୍ଗତ ନିତ୍ୟାନନ୍ଦ ଦାସ ଙ୍କ ଏକାଦଶ କ୍ରିୟା ଉପଲକ୍ଷେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଓ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଉପେନ୍ଦ୍ର ନାଥ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭଞ୍ଜନ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ନେତା ଶ୍ରୀଯୁକ୍ତ ବିଭୂତି ଭୂଷଣ ସାମନ୍ତ, ଭଦ୍ରକ ଜିଲ୍ଲାର ଲୋକପ୍ରିୟ ଯୁବ ନେତା ଶ୍ରୀଯୁକ୍ତ ଅସିତ୍ କୁମାର ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନଳିନୀ ମହାନ୍ତି, ଶିକ୍ଷକ ଯତୀନ୍ଦ୍ର ସେନାପତି, ସୈଳେନ୍ଦ୍ର ନାୟକ, ସରପଞ୍ଚ ଶ୍ରୀଯୁକ୍ତ ମାଧବାନନ୍ଦ ମଲ୍ଲିକ ଯୋଗ ଦେଇ ସ୍ବର୍ଗତ ଶିକ୍ଷକ ନିତ୍ୟାନନ୍ଦ ଦାସ ଙ୍କ ଗୁଣା ବଳି ସଂପର୍କ ରେ ଆଲୋକ ପାତ କରିଥିଲେ। ନିତ୍ୟାନନ୍ଦ ଦାସ ଙ୍କ ଭଣଜା ଶ୍ରୀଯୁକ୍ତ କ୍ଷୀରୋଦ ମହାପାତ୍ର କବିତା ମାଧ୍ୟମ ରେ ତାଙ୍କ ମାମୁଁ ଙ୍କ ସ୍ମୁତି ଚାରଣ କରିଥଲେ। ସଭା ଶେଷ ରେ ପୁତ୍ର କୃଷ୍ଣ ଚନ୍ଦ୍ର ଦାସ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରି ଥିଲେ। ସଭା ପରେ ହରି କୀର୍ତ୍ତନ ଆରମ୍ଭ ହୋଇ ଥିଲା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ
ଛାତ୍ର ବତ୍ସଳ ଶିକ୍ଷକ ସ୍ଵର୍ଗତ ନିତ୍ୟାନନ୍ଦ ଦାସ ଙ୍କ ସ୍ମୁତି ଚାରଣ ସଭା
|
March 6, 2026 |



